
ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନ କମ୍ପୁ ଥିବା ବେଳେ, ବଡ଼ ବଡ଼ ନେତା ମଇଦାନ କୁ ଓହ୍ଲାଇ ପ୍ରଚାର ପ୍ରସାର କୁ ଜୋର୍ ଦାର କରିଛନ୍ତି। ତେବେ କିନ୍ତୁ ପୌର ନିର୍ବାଚନ ର ପ୍ରଚାର ମଇଦାନ କୁ ଓହ୍ଲାଇବେ ନାହିଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀଙ୍କ ପାଖରେ ସମୟ ଅଭାବ ଥିବାରୁ ପୌର ନିର୍ବାଚନ ପାଇଁ ସମୟ ଦେଇ ପାରୁନାହାଁନ୍ତି । ଫଳରେ ବିଜେପି ରାଜ୍ୟସ୍ତରୀୟ ଓ ସ୍ଥାନୀୟ ନେତାଙ୍କୁ ନେଇ ଲଢିବ ନିର୍ବାଚନ ।
ପ୍ରଚାର କରିବାକୁ ଆସିବେ ନାହିଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଆଜି ଦଳୀୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ପୌର ନିର୍ବାଚନରେ ଦଳର ସାଂସଦ ବିଧାୟକ, ରାଜ୍ୟସ୍ତରୀୟ ନେତା ଓ ସ୍ଥାନୀୟ ନେତା ପ୍ରଚାର କରୁଛନ୍ତି । କିନ୍ତୁ ପ୍ରଚାରରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହେବେ ବୋଲି ଦଳ ଆଶା ରଖିଥିଲା । ହେଲେ ମନ୍ତ୍ରୀଙ୍କ ସମୟ ଅଭାବ ରହିଛି । 4 ଟି ରାଜ୍ୟରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ ହୋଇଛି ।ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ପ୍ରଦେଶ ନିର୍ବାଚନୀ ପ୍ରଭାରୀ ଦାୟିତ୍ବରେ ଥିଲେ । ତେଣୁ ମନ୍ତ୍ରୀ ମଣ୍ଡଳ ଗଠନରେ ମଧ୍ୟ ତାଙ୍କ ଭୂମିକା ରହିବ । ଏହାସହ ସଂସଦ ମଧ୍ୟ ଚାଲୁଛି । ଏହି ସମସ୍ତ ବ୍ୟସ୍ତତା ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ସମୟ ଦେଇପାରୁ ନାହାଁନ୍ତି ବୋଲି ଦିଲ୍ଲୀପ କହିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଖା ମିଳିନଥିଲା ।