ଏମଏନଏସ ରାଜ ଠାକରେଙ୍କ ଘରେ ପହଞ୍ଚିଲେ କେନ୍ଦମନ୍ତ୍ରୀ ନୀତିନ ଗଡ଼କରୀ; କହିଲେ ବୈଠକ ପଛରେ ନାହିଁ କୌଣସି ରାଜନୈତିକ କାରଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ରାଜ ଠାକରେ ନିଜ ବୟାନକୁ ନେଇ ସବୁବେଳେ ବେଶ ଚର୍ଚ୍ଚାରେ ରହିଥାନ୍ତି । ଏହା ମଧ୍ୟରେ ଲାଇଡସ୍ପିକରରେ ମସଜିଦମାନଙ୍କରେ ପଢ଼ାଯାଉଥିବା ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି ମସିଜିଦ ମାନଙ୍କରେ ଏହାକୁ ବନ୍ଦ ନ କରାଯାଏ ତାହାଲେ ଆମେ ହନୁମାନ ଚାଳିସା ବଜାଇବୁ ବୋଲି ରାଜ ଠାକରେ କହିଛନ୍ତି । ଏହା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ସେପଟେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ରାଜ ଠାକରେଙ୍କ ମୁମ୍ବାଇସ୍ଥିତ ତାଙ୍କୁ ଭେଟିଥିବାର କଥା ସାମ୍ନାକୁ ଆସିଛି । ତେବେ ଏହି ବୈଠକ ପଛରେ କୌଣସି ରାଜନୈତିକ କାରଣ ନାହିଁ ବୋଲି କହିଛନ୍ତି । ଏହି ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଗଡକରୀ ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟଙ୍କ ପରିବାର ସହ ତାଙ୍କର ପୁରୁଣା ଭଲ ସମ୍ପର୍କକୁ ସୂଚାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ କେବଳ ନିମନ୍ତ୍ରଣ କ୍ରମେ ଠାକୁରଙ୍କ ଘରକୁ ଆସିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଗଡକରୀ କହିଛନ୍ତି, “ଏହା ଏକ ରାଜନୈତିକ ବୈଠକ ନୁହେଁ।

ମୋର ରାଜ ଠାକରେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ୩୦ ବର୍ଷ ଧରି ମୋର ଭଲ ସମ୍ପର୍କ ରହିଛି। ମୁଁ ତାଙ୍କ ନୂତନ ଘରକୁ ଦେଖିବା ପାଇଁ ଆସିଥିଲି ଏବଂ ତାଙ୍କ ମାଙ୍କ ଅବସ୍ଥା ବିଷୟରେ ପଚାରିଥିଲି କେନ୍ଦ୍ରମନ୍ତ୍ରୀ ନିତିନ ଗଙ୍ଗ଼କରୀ କହିଥିଲେ । ଅନ୍ୟପଟେ ଏହି ବୈଠକର ଗୋଟିଏ ଦିନ ପୂର୍ବରୁ ରାଜ ଠାକର ମହାରାଷ୍ଟ୍ର ସରକାରଙ୍କୁ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ କହିଥିଲେ ଏବଂ ଚେତାବନୀ ଦେଇଛନ୍ତି ଯେ ଯଦି ସେ ତାହା ନକରନ୍ତି ତେବେ ସେ ହନୁମାନ ଚଲିସାଙ୍କୁ ମସଜିଦ ସମ୍ମୁଖରେ ଲାଉଡ ସ୍ପିକରରେ ବଜାଇବେ । ମୁମ୍ବାଇରେ ପାର୍ଟୀ କର୍ମୀଙ୍କୁ ସମ୍ବୋଧିତ କରି ଠାକରେ କହିଛନ୍ତି, “ମୁଁ ନମାଜ ବିରୋଧୀ ନୁହେଁ, ଆପଣ ନିଜ ଘରେ ନମାଜ ପଢ଼ିପାରିବେ କିନ୍ତୁ ମସଜିଦର ଲାଉଡ ସ୍ପିକର ହଟାଇବା ପାଇଁ ସରକାର ନିଷ୍ପତ୍ତି ନେବା ଉଚିତ। ମୁଁ ବର୍ତ୍ତମାନ ଚେତାବନୀ ଦେଉଛି। ଲାଉଡ ସ୍ପିକର ହଟାନ୍ତୁ କିମ୍ବା ଅନ୍ୟଥା ମସଜିଦ ସାମ୍ନାରେ ଏକ ଲାଉଡ ସ୍ପିକର ରଖନ୍ତୁ ଯେଉଁଥିରେ ହନୁମାନ ଚଲିସା ବଜାନ୍ତୁ ବୋଲି ରାଜ ଠାକରେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts