ଆଶିଷଙ୍କ ଜାମିନ ମାମଲାରେ ଆମକୁ କଣ କରିବାକୁ ହେବ ତାହା ଜଣାଅଛି: ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲଖିମପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିକୋର୍ଟ କରିଛନ୍ତି । ଏବଂ ଏହି ମାମଲାରେ କଣ କରିବାକୁ ହେବ ତାହା ଆମକୁ ଜଣାଅଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଆଶିଷ ମିଶ୍ରଙ୍କ ଗାଡ଼ି ଚଢ଼ିଯାଇଥିଲା । ଅନ୍ୟପଟେ କୋର୍ଟ କହିଥିଲେ ଯେ କୋର୍ଟଙ୍କ ଦ୍ୱାରା ଗଠିତ କମିଟି ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିବାକୁ ମଧ୍ୟ ସୁପାରିଶ କରିଛନ୍ତି ।

ଲଖିମପୁର ଖେରୀ ଘଟଣା ଉପରେ ନଜର ରଖିବା ପାଇଁ ଏସଆଇଟି ଗଠନ କରାଯାଇଥିଲା । ଏହା ସହ ସୁପ୍ରିମକୋର୍ଟ ମଧ୍ୟ ଆଶିଷ ମିଶ୍ରଙ୍କ ଜାମିନ ଖାରଜ ନକରି ଥିବାରୁ ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ଏନ.ଭି ରମନା ୟୁପି ସରକାରଙ୍କ ଆଇଜୀବୀଙ୍କୁ କହିଥିଲେ ଯେ ଲଖିମପୁର ମାମଲାର ଯାଞ୍ଚ କରୁଥିବା ବିଚାରପତି ଜାମିନ ନାମଞ୍ଜୁର କରିବାକୁ ପରାମର୍ଶ ଦେଇଛନ୍ତି । ଏହା ପରେ ମଧ୍ୟ କାହିଁକି ଏପରି କରାଯାଇନଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts