ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲେଙ୍ଗାନାର ଦଳୀୟ ନେତାଙ୍କୁ ଭେଟିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ତାଙ୍କ ଦିଲ୍ଲୀ ବାସଭବନରେ ତେଲେଙ୍ଗାନାର ଦଳୀୟ ନେତାମାନଙ୍କୁ ଭେଟିବେ। ସେପଟେ ଏକ ସପ୍ତାହ ମଧ୍ୟରେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କ ସହ ଏହା ତାଙ୍କର ଦ୍ୱିତୀୟ ସାକ୍ଷାତ ହେବାକୁ ଯାଉଛି । ଏଥିରେ ରାଜ୍ୟର ରାଜନୈତିକ ପରିସ୍ଥିତି ବ୍ୟତୀତ ଆସନ୍ତା ବର୍ଷର ବିଧାନସଭା ନିର୍ବାଚନ, ଧାନ କ୍ରୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକ ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରୀୟ ସ୍ତରରେ ଏକ ଅଣ-ବିଜେପି, ଅଣ-କଂଗ୍ରେସ ଗଠନ କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ତେଲୁଗୁ ଦେଶାମ ସହିତ କଂଗ୍ରେସର ଏକ ମେଣ୍ଟ ହୋଇଥିଲା। ତେବେ ଏହି ମିଳିତ ମଞ୍ଚ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ମୁଖ୍ୟ କେସିଆରଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ରୋକି ପାରିନଥିଲା ।

ଅନ୍ୟପଟେ ଗତ ମାସ ପୂର୍ବରୁ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ରେବନାଥ ରେଡ୍ଡୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ ସହ କୌଣସି ମେଣ୍ଟ ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି। ସେ କହିଥିଲେ ଯେ ଦେଶର ସର୍ବ ପୁରାତନ ଦଳ ରାଜ୍ୟରେ ଏକ ମେଣ୍ଟ ଗଠନ କରିବ, କିନ୍ତୁ ସିଏମ କେସିଆର ବିଶ୍ୱାସଯୋଗ୍ୟ ନୁହନ୍ତି । ତେଣୁ କୌଣସି ମୂଲ୍ୟରେ ତାଙ୍କ ଦଳ ସହ କୌଣସି ମେଣ୍ଟ କରିବ ନାହିଁ। ରେଡ୍ଡୀ ଏହା ମଧ୍ୟ କହିଛନ୍ତି ଯେ ଆମେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ରେ ଚନ୍ଦ୍ରଶେଖର ରାଓଙ୍କୁ ଦେଖିଛୁ। ଆମେ ଅନ୍ୟ ଯେ କୌଣସି ନେତାଙ୍କ ବିଶ୍ୱାସ କରିବା ପାରିବା କିନ୍ତୁ କେସିଆର ଏବଂ ଟିଆରଏସ ଦଳକୁ ନୁହେଁ ବୋଲି କହିଛନ୍ତି । ସେପଟେ ଡିସେମ୍ବର ୨୦୨୩ ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆନ୍ଧ୍ରପ୍ରଦେଶ ଠାରୁ ଅଲଗା ହୋଇ ତେଲେଙ୍ଗାନା ଗଠିତ ।

୨୦୧୪ ମସିହାରେ ତେଲେଙ୍ଗାନା ବିଧାନସଭାକୁ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଟିଆରଏସ ବହୁମତ ସହ ସରକାର ଗଠନ କରିଥିଲା । ଏବଂ ଦ୍ୱିତୀୟଥର ପାଇଁ ମଧ୍ୟ କେସିଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୧୮ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଆରଏସ ପୁଣି କ୍ଷମତାକୁ ଫେରିଥିଲା । ବର୍ତ୍ତମାନ ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଆରଏସର ୧୦୩ ଜଣ ସଦସ୍ୟ ଅଛନ୍ତି । ଏଆଇଲମଆଇଏମ ଦଳରୁ ୭ ଜଣ ଓ କଂଗ୍ରେସରୁ ୬ ଜଣ ସେହିପରି ବିଜେପିରୁ ୩ ଜଣ ଏବହ ଅନ୍ୟ ଦଳରୁ ୧୬ ଜଣ ବିଧାୟକ ଅଛନ୍ତି ।
ପରବର୍ତ୍ତୀ ନିର୍ବାଚନ ଡିସେମ୍ବର ୨୦୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି ।

Related Posts