କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ, ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ହଠାତ୍ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ । ପଶ୍ଚିମବଙ୍ଗର ସିଲିଗୁଡୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ସମୟରେ ମଞ୍ଚ ଉପରେ ହଠାତ୍‌ ଅସୁସ୍ଥ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ମିଳିଥିବା ସୂଚନା ଅନୁସାରେ ଗଡକରୀଙ୍କ ସୁଗାର ଲେବଲ୍‌ କମିଯାଇଛି । ଯାହା ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଛି ।ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ସାଲାଇନ୍‌ ଦିଆଯାଇଥିବା ସୂଚନା ମିଳିଛି ।

ମଞ୍ଚରେ ଅସୁସ୍ଥ ହୋଇପଡିବା ପରେ ନୀତିନ ଗଡକରୀଙ୍କୁ ତୁରନ୍ତ ସେଠାରୁ ଅନ୍ୟତ୍ର ନିଆଯାଇଛି । ସାଲାଇନ ଦିଆଯିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts