ପଶ୍ଚିମ ଓଡିଶା ସ୍ଥାୟୀ ବେଞ୍ଚ ପ୍ରସଙ୍ଗ : ଶଙ୍କର ଦେଲେ ଉତ୍ତର

ଭୁବନେଶ୍ୱର- ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ସଂପୂର୍ଣ୍ଣ ତଥ୍ୟ ଦେବାକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଚିଠିରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ରାଜ୍ୟରେ ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବା ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଅଧିକାରଭୁକ୍ତ । କେଉଁଠି ବେଂଚ ସ୍ଥାପନ ହେବ ସେନେଇ ସବିଶେଷ ତଥ୍ୟ ଦେଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ସ୍ଥାପନ ପାଇଁ ଦାବୀ ବଢ଼ୁଥିବା ବେଳେ ଏନେଇ ପଦକ୍ଷେପ ନେବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ।

Related Posts