
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଶାସନିକ ଅଧିକାରୀଙ୍କ ଫୋଟୋକୁ ବ୍ୟବହାର କରି ଟଙ୍କା ମାଗୁଛନ୍ତି ଅଜଣା ଦୁର୍ବୃତ୍ତ । ସାଧାରଣ ଲୋକଙ୍କ ପରେ ଏବେ ହାଇପ୍ରୋଫାଇଲ ଲୋକଙ୍କ ଉପରେ ନଜର ପକାଇଲେଣି ସାଇବର ଲୁଟେରା । ହାଇ ପ୍ରୋଫାଇଲ ତଥା ପ୍ରଶାସନିକ ଅଧିକାରୀଙ୍କ ଫୋଟୋକୁ ବ୍ୟବହାର କରି ଟଙ୍କା ମାଗୁଛନ୍ତି ଅଜଣା ଦୁର୍ବୃତ୍ତ । ଜ଼ିଲ୍ଲାର ମୁଖ୍ୟ ଜ଼ିଲ୍ଲାପାଳଙ୍କୁ ବି ଛାଡିଲେନି ଅସାମାଜିକ ବ୍ୟକ୍ତି ।
ଖୋଦ ଭଦ୍ରକ ଜ଼ିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଫୋଟୋକୁ ହ୍ୱାଟ୍ସ ଆପ୍ ଡିପିରେ ରଖି ଅତି ଚଞ୍ଚକତା ଭାବେ ଟଙ୍କା ସାହାଯ୍ୟ ମାଗୁଥିବାର ଖବର ସାମ୍ନାକୁ ଆସିଛି ଏକ whatsapp ରୁ ଅଜଣା ଦୁର୍ବୃତ୍ତ ଜଣକ ଜ଼ିଲ୍ଲାପାଳଙ୍କ ଫୋଟୋ ରଖି ଏଭଳି ଚଞ୍ଚକତା କରୁଥିବା ବେଳେ ଜ଼ିଲ୍ଲା ପ୍ରଶାସନ ନଜରକୁ ଆସିଛି ।
ତେବେ କେତେକ ପ୍ରଶାସନିକ ଅଧିକାରୀଙ୍କୁ ଙ୍ଗଷବଗ୍ଧଗ୍ଦବକ୍ଟ୍ରକ୍ଟ୍ରରୁ ଟଙ୍କା ମାଗୁଥିବା ମେସେଜ ଯାଉଛି । ସେ ମିଟିଙ୍ଗରେ ଅଛନ୍ତି ଓ ଜଣେ ସମ୍ପର୍କୀୟଙ୍କୁ ଅପରେସନ ପାଇଁ ଟଙ୍କା ଆବଶ୍ୟକ ଅଛି ଓ ସେ ମିଟିଙ୍ଗରୁ ବାହାରିଲେ ଟଙ୍କା ଦେଇଦେବେ ବୋଲି ମେସେଜ ଆସିଛି । ଏଭଳି ଠକାମୀ ନଜରକୁ ଆସିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ସାମାଜିକ ଗଣମାଧ୍ୟମର ସହଯୋଗ ନେଇଛନ୍ତି । କୌଣସି ବ୍ୟକ୍ତି ଏଭଳି ମିଥ୍ୟା ମେସେଜକୁ ଅଣଦେଖା କରନ୍ତୁ ନାହିଁ ବୋଲି ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଲୋକ ମାନଙ୍କୁ ଅନୁରୋଧ କରାଯାଇଛି ।