ସିଲ୍ଭର୍ ସିଟିରେ ଘଟିଛି ଏକ ବଡ଼ ଅଘଟଣ । ବହୁତ ପୁରୁଣା ଛତ୍ର ବଜାର ପୋଲ ଭୁଷୁଡି ପଡ଼ିଛି। ଫଳରେ ପୋଲ ଭୁଷୁଡି ଯିବା ଯୋଗୁ ପୋଲ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ।
ପୋଲ ଭୁଷୁଡିବା ନେଇ ଖବର ପାଇବା ପରେ ପୋଲିସ ଓ ଉଦ୍ଧାର କାରୀ ଦଳ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ କଟକ ପୋଲିସ ଡିସିପି ଓ ମେଡ଼ିକାଲ ଟିମ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କଲେ ଉଦ୍ଧାରକାରି ଦଳ ।ମାଟି ଅତଡ଼ା ଖସିବାରୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।
ଭୁଶୁଡ଼ିଥିବା ପୋଲ ତଳେ ଚାପି ହୋଇ ରହିଥିବା ତିନି ଜଣଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ଏହି ଅଘଟଣ ଘଟିଛି। ସେଠାରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ଉଦ୍ଧାରକାର୍ଯ୍ୟ ଚଲାଇଥିଲେ । ଘଟଣା ସ୍ଥଳରେ କଟକ ପୋଲିସ ଡିସିପି, ଜିଲ୍ଲାପାଳ, ସିଏମସି କମିଶନର ପହଞ୍ଚିଥିଲେ।
ମାଟି ଅତଡ଼ା ଖସିବାରୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହା ଏକ ଦୁଃଖଦ ଘଟଣା ଏହାର ତଦନ୍ତ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଘଟଣା ସ୍ଥଳରରେ ଓଡ୍ରାଫ ଓ ଅଗ୍ନୀଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି।





