ଆଫଗାନିସ୍ତାନରେ ମହିଳାମାନଙ୍କ ସହ ଅତ୍ୟାଚାର ହେବା ସହିତ ଶିଶୁମାନଙ୍କୁ ହତ୍ୟା କରାଯାଉଛି; ତଥାପି କିଛି ଲୋକ ତାଲିବାନକୁ ସମର୍ଥନ କରୁଛନ୍ତି: ଯୋଗୀ

yogi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ବିଶ୍ୱ ବର୍ତ୍ତମାନ ତାଲିବାନର କୃରତା ଦେଖୁଛି । ଇତିମଧ୍ୟରେ କିଛି ଲୋକ ତାଲିବାନକୁ ସମର୍ଥନ ମଧ୍ୟ ଜଣାଉଥିବାର ଦେଖିବା ପାଇଁ ମିଳିଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତାଲିବାନକୁ ସମର୍ଥନ କରୁଥିବା ଲୋକମାନଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି ସେମାନେ ସେଠାରେ ଥିବା ମହିଳା ଏବଂ ଶିଶୁଙ୍କ ବିଷୟରେ ଚିନ୍ତା କରିବା ଉଚିତ୍। ଏହା ସହ ବର୍ତ୍ତମାନ କିଛି ଲୋକ ତାଲିବାନକୁ ସମର୍ଥନ ଜଣାଉଛନ୍ତି । କିନ୍ତୁ ସେମାନେ ସବୁବେଳେ ମହିଳା ଶଶକ୍ତିକରଣର କଥା କହିଥାନ୍ତି । ଏପରି ଲୋକମାନଙ୍କର ଅସଲ ଚେହେରା ପଦାରେ ପଡିବା ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । କେବଳ ଏତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସମ୍ବୋଧନ କରି ବିରୋଧୀ ମାନଙ୍କୁ କଡା ସମାଲୋଚନା କରିଥିଲେ ।

ଏପରିକି ନିଜର ସମସ୍ତ ଯୋଜନାକୁ ମଧ୍ୟ ବିରୋଧୀ ସାମ୍ନାରେ କହିଥିଲେ । ଅନ୍ୟପଟେ କିଛିଦିନ ପୂର୍ବରୁ ସମାଜବାର୍ଦି ପାର୍ଟିର ସାଂସଦ ଶଫିକୁର୍ରହମାନର ତାଲିବାନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ତାଲିବାନୀମାନଙ୍କର ଯୁଦ୍ଧ ଭାରତର ସ୍ୱାଧୀନତା ଯୁଦ୍ଧ ସହ ସମାନ । ଏପରି କହି ସେ ଚର୍ଚ୍ଚାରେ ରହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ତାଙ୍କ ସହ ମହଶୁର ଶାୟର ମୁନୱର ରାଣା ମଧ୍ୟ ତାଲିବାନ ସହ ୟୁପିକୁ ତୁଳନା କରିଥିଲେ । ସେ କହିଥିଲେ ଉତ୍ତରପ୍ରଦେଶରେ ମଧ୍ୟ ତାଲିବାନ ଭଳି ଶାସନ ଚାଲୁଛି । ତେବେ ଆଜି ବିରୋଧୀମାନଙ୍କର ଏହି ସବୁର ଜବାବ ରଖି ବିରୋଧୀଙ୍କୁ ବିଧାସଭାରେ ଯୋଗୀ କଡା ସମାଲୋଚନା କରିଛନ୍ତି । ଅନ୍ୟପଟେ ଆଜି ବିଧାନସଭାରେ ଯୋଗୀ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯୁବକମାନଙ୍କୁ ରୋଜଦାର ଦେବାର ଘୋଷଣା କରାଯାଇଛି । ଏହା ଛଡା ରାଜ୍ୟରେ ଥିବା ଏକ କୋଟି ଯୁବକମାନଙ୍କୁ ସ୍ମାର୍ଟ ଫୋନ ଦିଆଯିବ ।

ଏହା ସହ ଯେଉଁମାନେ କେବେ ଅଯୋଧ୍ୟାକୁ ଅଣଦେଖା କରୁଥିଲେ, ସେମାନେ ଆଜି କହୁଛନ୍ତି ଶ୍ରୀରାମ ହେଉଛନ୍ତି ଆମର । ମୁଖ୍ୟମନ୍ତ୍ରୀ ତାଙ୍କର ପାଞ୍ଚବର୍ଷର କାର୍ଯ୍ୟକାଳର ସମସ୍ତ ଚିଠା ବିଧାନସଭାରେ ଉପସ୍ଥପନ କରିଥିଲେ । କେବଳ ଏତିକି ନୁହେଁ ବରଂ ବିଧାନସଭା ଅଧିବେଶନରେ ଗୃହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ସାଢେ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ ହୋଇଛି । ମାଫିଆର ସମ୍ପତ୍ତି କେବଳ ଜବତ କରାଯାଇ ନାହିଁ, ଏହାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ବର୍ତ୍ତମାନ ଏହି ସମ୍ପତ୍ତି ଉପରେ ଗରିବଙ୍କ ପାଇଁ ଗୃହ ନିର୍ମାଣ କରାଯିବ।

Related Posts