ୟୁପି ଇଂରାଜୀ ପ୍ରଶ୍ନପତ୍ର ଲିକ ମାମଲା; ଗିରଫ ହେଲେ ଆଉ ୧୦ ଜଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁପି ଇଂରାଜୀ ପ୍ରଶ୍ନପତ୍ର ଲିକ ମାମଲାରେ ସ୍ପେସି୍ଆଲ ଟାସ୍କଫୋର୍ସ ଏବଂ ବାଲିଆ ପୁଲିସ ତଦନ୍ତ ଜାରି ରଖିଛନ୍ତି । ଏହା ମଧ୍ୟରେ ତଦନ୍ତ ଜାରି ରଖିଥିବା ସ୍ପେସି୍ଆଲ ଟାସ୍କଫୋର୍ସ ଏବଂ ବାଲିଆ ପୁଲିସ ଆଉ ୧୦ ଜଣଙ୍କୁ ଗିରଫ କରିଛି। ସେପଟେ ୟୁପି ବୋର୍ଡ଼ ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଲିକ ହୋଇଥିଲା। ମାର୍ଚ୍ଚ ୩୦ ତାରିଖରେ ୟୁପିର ବାଲିଆ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଫଳରେ ୨୪ଟି ଜିଲ୍ଲାରେ ପରୀକ୍ଷାକୁ ବାତିଲ କରାଯାଇ ଥିଲା। ତେବେ ପରବର୍ତ୍ତୀ ପରୀକ୍ଷା ଆସନ୍ତା ଏପ୍ରିଲ ୧୩ ତାରିଖରେ ହେବାକୁ ଧାର୍ୟ୍ୟ କରାଯାଇଛି। ଭିମପୁରା ପୁଲିସ ଷ୍ଟେସନ ଅନ୍ତର୍ଗତ ବାଲିଆ ଏରିଆରେ ଥିବା ମହାରାଜା ଦେବୀ ଇଣ୍ଟର କଲେଜରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା।

ଏହି ଘଟଣାରେ ପୁଲିସ ୨ଟି ସ୍କୁଲର ମ୍ୟାନେଜର, ଜଣେ ଶିକ୍ଷକ ଏବଂ ୩ ଜଣ କର୍ମଚାରୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ପ୍ରଶ୍ନପତ୍ର ଥିବା ପ୍ୟାକେଟ ଖୋଲି ପ୍ରଶ୍ନପତ୍ର ଲିକ୍ କରିବାରେ ଏମାନେ କାର୍ପଟଦାର ଥିବା ପୁଲିସ ଜାଣିବାକୁ ପାଇଛି। ଟେମ୍ବର ପ୍ରୁଫ୍ ସହ ଉକ୍ତ ପ୍ୟକେଟରେ ଥିବା ସ୍କୁଲର ଏବଂ ବିଷୟର ନାମ ହଟାଯାଇ ଏହାକୁ କାଟି ଇଂରାଜୀ ପେପର ଲିକ୍ କରାଯାଇଥିଲା । ପୂର୍ବରୁ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଥିଲା ବେଳେ ଏବେ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts