ଗୋଆ(ସତ୍ୟପାଠ ବ୍ୟୁରୋ): ଗୋଆ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । ସେପଟେ କିଛି ନେତାମାନେ ଏହି ତାଲିକାରେ ଅସନ୍ତୁଷ୍ଟ ଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏପରିକି ନିଜ ଦଳ ଛାଡ଼ି ଅନ୍ୟ ଦଳରେ ମଧ୍ୟ ମିଶିବାକୁ ପଛାଉ ନାହାନ୍ତି । ଏହା ମଧ୍ୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର ବିଜେପିରୁ ଇସ୍ତଫା ଦେବା ଖବର ସାମ୍ନାକୁ ଆସିଛି । ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଚଳିତଥର ଗୋଆ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯାଇନଥିଲା ।
ଏପରିକି ତାଙ୍କ ବିଧାନସଭା କ୍ଷେତ୍ର ମଡ୍ରେମରୁ ଦୟାନନ୍ଦ ସପଟେଙ୍କୁ ଟିକେଟ ଦିଆଯାଇଛି । ଯାହାଫଳରେ ଆଜି ସନ୍ଧ୍ୟା ମଧ୍ୟରେ ବିଜେପିରୁ ଇସ୍ତଫା ଦେବେ ବୋଲି ଗଣମାଧ୍ୟମ ନିକଟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର କହିଛନ୍ତି । ସେପଟେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜନୈତିକ ଦଳମାନେ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି ।