ୟୁପି ପଲିଟିକ୍ସ; ଓପି ରାଜଭରଙ୍କ ବଡ଼ ବୟାନ; ମାର୍ଚ୍ଚ ୧୦ ତାରିଖରେ ଯୋଗୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଛାଡ଼ି ଗୋରଖପୁର ଯିବେ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଫେବୃଆରୀ ୧୦ ତାରିଖରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ସେପଟେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗୋରଖପୁର ଯିବାକୁ ଲଗେଜ ପ୍ରସ୍ତୁତ କରୁଛନ୍ତି ବୋଲି ବିରୋଧୀ ଦାବି କରୁଛନ୍ତି । ଏନେଇ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଅପି ରାଜଭର ବଡ଼ ବୟାନ ଦେଇଛନ୍ତି । ତେବେ ଯେପର୍ଯ୍ୟନ୍ତ ରାଜ୍ୟରେ ବିଜେପି ପରାସ୍ତ ନହୋଇଛି, ସେପର୍ଯ୍ୟନ୍ତ ଆମେ ଦୁହେଁ ଶାନ୍ତିରେ ବସିବୁନି । ଆମେ ଉତ୍ତରପ୍ରଦେଶରେ ବିଜେପିକୁ ହରାଇବାକୁ ଆପ୍ରାଣ ଉଦ୍ୟମ କରୁଛୁ ବୋଲି ଉଭୟ ନେତା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ପ୍ରଥମ ଥର ପାଇଁ ମୁଁ ଉତ୍ତରପ୍ରଦେଶ ରାଜନୀତିରେ ଜଣେ ନେତା ଥିଲି । ଯିଏ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା ଏବଂ ବିଜେପିକୁ ସମର୍ଥନ କରିବାକୁ ମନା କରିଦେଇଥିଲା ବୋଲି ଓପି ରାଜଭାର କହିଛନ୍ତି ।

ଏହା ସହ ଯେ ପର୍ଯ୍ୟନ୍ତ ବିଜେପି କ୍ଷମତାରୁ ହଟିନି, ସେ ପର୍ଯ୍ୟନ୍ତମୁଁ ଶାନ୍ତିରେ ବିଶ୍ରାମ ନେବି ନାହିଁ ବୋଲି ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଓପି ରାଜଭାର କହିଥିଲେ । ସେପଟେ ବିଜେପିରୁ ଇସ୍ତଫା ଦେବା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ସମାନ ବିବୃତ୍ତି ରଖିଥିଲେ । ଅନ୍ୟପଟେ ଯେତେବେଳେ ସ୍ୱାମୀ ପ୍ରଧାନ ମୌର୍ଯ୍ୟ, ଦାରା ସିଂ ଚୌହାନ, ଧରାମ ସିଂ ସାଇନି ଏବଂ ଓପି ରାଜଭାର ଭଳି ନେତାମାନେ ବିଏସପିରେ ଥିଲେ ସେତେବେଳେ ବିଏସପି ସରକାର ଗଠନ କରିଥିଲା । ପରେ ନେତାମାନେ ବିଏସପି ଛାଡ଼ି ବିଜେପିରେ ମିଶିଥିଲେ । ଏହା ପରେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲା । କିନ୍ତୁ ବର୍ତ୍ତମାନ ପୁଣିଥିରେ ଏହି ନେତାମାନେ ବିଏସପିରେ ସାମିଲ ହୋଇଛନ୍ତି । ଅର୍ଥାତ ଏଥର ଉତ୍ତରପ୍ରଦେଶରୁ ବିଜେପି ପରାସ୍ତ ହେବ ଏବଂ ବିଏସପି ସରକାର ଗଠନ କରିବ ବୋଲି ଅପି ରାଜଭାର ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

Related Posts