ଚୀନକୁ ଆମେରିକାର ଧମକ; ଯୁଦ୍ଧରେ ରୁଷକୁ ସାହାଯ୍ୟ କଲେ ମିଳିବ ଉଚିତ ଦଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୀନକୁ ଆମେରିକାର ଧମକ । ରୁଷ ଓ ୟୁକ୍ରେନ ଯୁଦ୍ଧରେ ଚୀନ ଯଦି ରୁଷକୁ ସାହାଯ୍ୟ କରେ ତାହାଲେ ଚୀନକୁ ଉଚିତ ଦଣ୍ଡ ମିଳିବ ବୋଲି ଆମେରିକା ଧମକ ଦେଇକ୍ତି । ତେବେ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବ୍ଲିନକେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚୀନ ସିଧାସଳଖ ରୁଷକୁ ସହାୟତା କରିବାକୁ ବିଚାର କରୁଥିବା କଥା ଜଣାପଡ଼ିଛି । ଏହା ବେଶ ଚିନ୍ତାର ବିଷୟ । ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ସହ କଥାହେବେ ।

ଚୀନ ଯଦି ରୁଷକୁ କୌଣସି ପ୍ରକାରେ ସହାୟତା କରେ ତେବେ ସେଥିପାଇଁ ଚୀନ ଦାୟୀ ରହିବ । ଚୀନକୁ ତାହାର ମୂଲ୍ୟ ଦେବାକୁ ପଡ଼ିବ । ଚୀନକୁ ସିଧାସଳଖ ଧମକ ଦେବାରେ ବ୍ଲିଙ୍କେନ ହେଉଛନ୍ତି ସବୁଠାରୁ ବରିଷ୍ଠ ଆମେରିକୀୟ ଅଧିକାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷ ସହ ଚୀନର ସ୍ବତନ୍ତ୍ର ବନ୍ଧୁତା ରହିଛି । ଏଣୁ ଏହି ଯୁଦ୍ଧ ବନ୍ଦ ପାଇଁ ପୁଟିନଙ୍କୁ ବୁଝାଇବା ପାଇଁ ଚୀନର ଦାୟିତ୍ବ ମଧ୍ୟ ଅଧିକ ।

Related Posts