ଜି-୨୦ ଅଧ୍ୟକ୍ଷତାରେ ଭାରତକୁ ସହଯୋଗ କରିବ ଆମେରିକା: ବାଇଡେନ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବ ଜି-୨୦ ବୈଠକ । ଏହି ବୈଠକର ଅଧ୍ୟକ୍ଷତା ସମ୍ଭାଳିବ ଭାରତ । ତେବେ ଏନେଇ ଭାରତକୁ ସହଯୋଗ କରିବ ଆମେରିକା। ବନ୍ଧୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବାକୁ ମୁଁ ଆଗ୍ରୀହ ହୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।

ଜଳବାୟୁ ସମସ୍ୟା ଓ ଖାଦ୍ୟ ସଂକଟକୁ ମୁକାବିଲା କରିବାକୁ ଆମେରିକା ଓ ଭାରତ ମିଳିମିଶି କାମ କରିବେ ବୋଲି ବାଇଡେନ ଟ୍ୱିଟ୍ କରି ଏପରି କହିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ଅଧ୍ୟକ୍ଷତାକୁ ନେଇ ଭାରତର କିଛି ଯୋଜନାକୁ ଟ୍ୱିଟ୍ କରି ଶେୟାର କରିବା ସହିତ ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରିଥିଲେ। ମୋଦୀ ଲେଖିଥିଲେ ଯେ ଆଜି ଯେତେବେଳେ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବାକୁ ଯାଉଛି ସେତେବେଳେ ବିଶ୍ୱର ହିତ ପାଇଁ ଆମେ କିପରି ମିଳିମିଶି ମହତ୍ୱକାଂକ୍ଷା ରଖି କାର୍ଯ୍ୟ କରିବା ସେ ନେଇ ଭାରତ ନିଜ ଚିନ୍ତାଧାରା ଶେୟାର କରିବାକୁ ଚାହୁଁଛି ବୋଲି ମୋଦୀ କହିଥିଲେ ।

Related Posts