ଉତ୍କଳ ହସ୍ପିଟାଲରେ ଓଡ଼ିଆଙ୍କୁ ନିଯୁକ୍ତି ନଦେବା ପ୍ରସଙ୍ଗ, ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ ସିଇଓ ଡାକ୍ତର ଆଲୋକ ଲୋଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଉତ୍କଳ ହସ୍ପିଟାଲର କର୍ତ୍ତୃପକ୍ଷ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଡାକ୍ତର ଆଲୋକ ପୂର୍ବରୁ ହସ୍ପିଟାଲରେ ଓପିଡି ମ୍ୟାନେଜର ନିଯୁକ୍ତିକୁ ନେଇ ବିବାଦରେ ରହିଥିଲେ । ଓପିଡି ମ୍ୟାନେଜ ପାଇଁ କେବଳ ଅଣ ଓଡ଼ିଆ ପ୍ରାର୍ଥୀଙ୍କ ନିକଟରୁ ଆବେଦନ ପତ୍ର ଗ୍ରହଣ କରାଯିବ ବୋଲି ଆଲୋକ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା । ପରେ ପରେ ସିଇଓ ଡାକ୍ତର ଆଲୋକ ଲୋଧ କ୍ଷମା ମାଗିବା ସହ ନିଯୁକ୍ତି ବିଜ୍ଞାପନକୁ ହଟାଇଥିଲେ ।

ତେବେ କାହିଁକି ଓଡ଼ିଶାର ମେଡ଼ିକାଲରେ ଓଡ଼ିଆ ପିଲାଙ୍କୁ ଚାକିରି ନଦେଇ ଅଣ ଓଡ଼ିଆ ଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ପ୍ରଶ୍ନ କରି କାଲି ଦିନ ତମାମ ଉତ୍କଳ ହସ୍ପିଟାଲ ସାମ୍ନାରେ ଛାତ୍ର କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା। ଏହାପରେ ଆଜି ଡାକ୍ତର ଆଲୋକ ଲୋଧ୍ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବିତ କରାଯାଇଛି।

Related Posts