ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧.୯୦ ଲକ୍ଷ କାରିଗର ଏବଂ ଛୋଟ ଉଦ୍ୟୋଗୀଙ୍କୁ ମିଳିବ ଲୋନ, ଏଥିସହ ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ଚାକିରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁବକ ତଥା ଉଦ୍ୟୋଗୀ ମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ୧.୯୦ ଲକ୍ଷ କାରିଗର ଏବଂ ଛୋଟ ଉଦ୍ୟୋଗୀଙ୍କୁ ୧୬ ହଜାର କୋଟି ଲୋନ ଦେବା ଘୋଷଣା କରିବା ସହ ଖୁବଶୀଘ୍ର ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ଚାକିରି, ରୋଜଗାର, ସ୍ୱୟଂ ରୋଜଗାରକୁ ଯୋଡ଼ିବାପାଇଁ ଯୋଜନା ପ୍ରସ୍ତୁତ କରୁଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୨୦୧୭ ରେ ପ୍ରଥମେ ଏମଏସଏମଇ କ୍ଷେତ୍ର ସଂପୂର୍ଣ୍ଣ ଭାବରେ ଶେଷ ହୋଇଯାଇଥିଲା, କିନ୍ତୁ ୨୦୧୭ ରେ ଯେତେବେଳେ ଆମ ସରକାର ଆସିଥିଲା, ସେତେବେଳେ ଆମ ଆଗରେ ଏହା ଚାଲେଞ୍ଜ ଥିଲା । ଦେଶର ସବୁଠୁ ବଡ଼ ଜନସଂଖ୍ୟା ଥିବା ରାଜ୍ୟରେ ଯୁବକଙ୍କୁ ସ୍ୱାବଲମ୍ବୀ କରିବା ମହତ୍ୱପୂର୍ଣ୍ଣ ଥିଲା, ପୂର୍ବରୁ ଥିବା ସରକାର କେନ୍ଦ୍ରର ଯୋଜନାରେ କୌଣସି ରୁଚି ନେଉନଥିଲେ । ଆମ ସରକାର ଗୋଟିଏ ରାଜ୍ୟ ଗୋଟିଏ ଉତ୍ପାଦ(ଓଡିଓପି) ଯୋଜନା ଆରମ୍ଭ କରି କାମ ଆରମ୍ଭ କରିଥିଲେ, ଆଜି ୧ ଲକ୍ଷ ୫୬ ହଜାର ଉତ୍ପାଦ ରପ୍ତାନୀ ହେଉଛି । ହସ୍ତଶିଳ୍ପୀ ଏବଂ କାରିଗର ନିଜ କୌଶଳର ପରିଚୟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରଥମେ ଲୋନ ଦେବା ପାଇଁ ଜଣା ନଥିଲା କାହାକୁ ଲୋନ୍ ଦିଆଯିବ, କରୋନାକାଳରେ ମଧ୍ୟ ଦେଶର ପ୍ରଥମ ଲୋନ ମେଳା ଆୟୋଜିତ କରିଥିଲେ । ଯୋଗୀ କହିଛନ୍ତି ଯେ ସ୍ୱୟଂ ସ୍ୱାବଲମ୍ବୀ ହେଉଛନ୍ତି ଏବଂ ଲୋକଙ୍କୁ ମଧ୍ୟ ପ୍ରେରିତ କରୁଛନ୍ତି, ସେ ଆହୁରି କହିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଯୁବକ ଚାକିରି ଦେବାଭଳି ହେବା ଦରକାର । ଆଜି ଏହି ଓଡିଓପି କାର୍ଯ୍ୟକ୍ରମ ଏହି ଦିଗରେ ଆଗକୁ ବଢ଼ୁଛି ।

Related Posts