ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା କୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । ପୋଲିସ ସୁଇସାଇଡ ନୋଟ ଜବତ କରିବା ପରେ ତନାଘନା ଆରମ୍ଭ କରିଛି । ଏହାରି ମଧ୍ୟରେ ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ସୂଚନା ମିଳିଛି ।
ସେହିପରି କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଆତ୍ମହତ୍ୟା ପଛରେ ରାଗିଂ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପୂର୍ବରୁ ରୁଚିକାଙ୍କ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଛି। ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ ବୋଲି ରୁଚିକା ଚିଠିରେ ଲେଖିଛନ୍ତି। ହଷ୍ଟେଲ ଛାଡ଼ି ଚାଲିଯାଇଥିବା ୬ ଜଣ ଛାତ୍ରୀଙ୍କ ମଧ୍ୟରେ ଏହି ୩ ଜଣ ଛାତ୍ରୀ ଅଛନ୍ତି କି ? ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
