ଉତ୍ତରାଖଣ୍ଡ ପଲିଟିକ୍ସ; କଂଗ୍ରେସରେ ମିଶିଲେ ହରକ ସିଂହ ରାୱତ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରକ ସିଂହ ରାୱତ କଂଗ୍ରେସରେ ମିଶିଛନ୍ତି । ବିଜେପିରୁ ୬ବର୍ଷ ବହିଷ୍କୃତ ହେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ତାଙ୍କ ସହ ତାଙ୍କ ବୋହୂ ଅନୁକୃତି ମଧ୍ୟ କଂଗ୍ରେସରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି । ଏହି ସମୟରେ ପୂର୍ବତନ ସିଏମ ହରିଶ ରାୱତ ଉପସ୍ଥିତ ଥିଲେ। ସେପଟେ ଦଳ ବିରୋଧୀ କାର‌୍ୟ୍ୟକଳାପ ଅଭିଯୋଗ ହେବା ପରେ ହରାକ ସିଂ ରାୱତଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା। ବିଧାନସଭା ନିର୍ବାଚନରେ ଟିକେଟ ସର୍ତ୍ତରେ ସେ କଂଗ୍ରେସକୁ ଫେରିଥିବାର ସୂଚନା ମିଳିଛି । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯିବ ।

ଅନ୍ୟପଟେ ହରାକ ସିଂହ ରାୱତ ପୂର୍ବରୁ କଂଗ୍ରେସ ଦଳରେ ହିଁ ଥିଲେ । ୨୦୧୬ ମସିହାରେ କଂଗ୍ରେସ ଛାଡ଼ି ସେ ବିଜେପିରେ ମିଶିଥିଲେ । ଅନ୍ୟପଟେ ବିଜେପିର ବହିଷ୍କୃତ ହେବା ପରେ ହରିଶ ରାୱତ ତାଙ୍କୁ ସତ୍ତ୍ୱୂଳକ ଦଳରେ ମିଶାଇବା ପାଇର୍ ରାଜି ହୋଇଥିଲେ । ଏହି ସମୟରେ ହରକ ସିଂହଙ୍କୁ କଂଗ୍ରେସରେ ମିଶାଇବା ପାଇଁ ରାଜ୍ୟ ସଭାପତି ଗଣେଶ ଗୋଡିୟାଲ, ବିରୋଧୀ ଦଳର ନେତା ପ୍ରୀତମ ସିଂ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ ଚେଷ୍ଟା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts