ପ୍ରତେକ ଜିଲ୍ଲାରେ ବଢିବ ଟିକାକରଣ କେନ୍ଦ୍ର: ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

ଭୁବନେଶ୍ବର : କରୋନାକୁ ମାତ ଦେବା ପାଇଁ ଜୋର୍ ଧରିଛି ଟୀକାକରଣ । ଦେଶ ତଥା ସମସ୍ତ ରାଜ୍ୟ ମାନଙ୍କରେ ଟୀକାକରଣ ବ୍ୟବସ୍ଥାକୁ ଜୋର୍ ଦାର କରିବା ପାଇଁ ନିର୍ଦ୍ଦେଶ ଜାରୀ ହୋଇଥିବା ବେଳେ,
ଟିକାକରଣ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦିଆଯାଇଛି । ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଟିକାକରଣ କେନ୍ଦ୍ର ବଢାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନର ବ୍ୟବସ୍ଥା ମଧ୍ୟ କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ ।

ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ଲୋକ ପ୍ରିକସନ୍ ଡୋନ୍ ନେଇ ସାରିଛନ୍ତି । ଯାହାକି ମୋଟ୍ ଲୋକଙ୍କର ୧୪ ପ୍ରତିଶତ । ବାକି ଲୋକଙ୍କୁ ଖୁବ୍‌ ଶୀଘ୍ର ଟିକାକରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲ୍ଡ ଟିକା ଆସିଛି । ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ ଟିକା ଆସିବ । ଆମେ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ପ୍ରିକସନ୍ ଡୋଜ୍ ନିଅନ୍ତୁ । ଅବଧି ପୁରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି । କିଭଳି ୩ ହଜାର ଟିକାକରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି।

Related Posts