‘ବାୟୁ’ର ଦିଗ ପରିବର୍ତ୍ତନ : ଗୁଜୁରାଟ ଆଶ୍ୱସ୍ତ

ସତ୍ୟପାଠ ବ୍ୟୁରୋ : ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ଦିଗ ପରିବର୍ତ୍ତନ କରିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ବାୟୁ ପୁଣିଥରେ ସମୁଦ୍ର ଆଡକୁ ମୁହାଁଇଛି । ବେରାବଲ ଠାରୁ ୧୫୦ କିମି ଦୂରରେ ଏହା ଦିଗ ପରିବର୍ତ୍ତନ କରିଛି । ବର୍ତ୍ତମାନ ଏହା ପାକିସ୍ତାନ ଓ ଓମାନ ଆଡକୁ ଯିବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଗୁଜୁରାଟ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବା ଆଶଙ୍କା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

ବାୟୁର କେନ୍ଦ୍ରସ୍ଥଳ ଏବେ ଗୁଜୁରାଟର ଦକ୍ଷିଣ ପଶ୍ଚିମ ସ୍ଥିତ ବେରାବଲା ଠାରୁ ୧୩୦ କିମି ଓ ପୋରବନ୍ଦର ଠାରୁ ୧୮୦ କିମି ଦୂରରେ ରହିଛି । ଅପରାହ୍ନରେ ଏହା ସୌରାଷ୍ଟ୍ର ଉପକୂଳ ଦେଇ ପୁଣିଥରେ ସମୁଦ୍ରକୁ ଫେରିବ ଏବଂ ପାକିସ୍ତାନ ଓମାନ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ।

Related Posts