ତିନି ଓଡିଆ ସାଂସଦଙ୍କୁ ବିଜେପିର ଗୁରୁଦାୟିତ୍ୱ

ସତ୍ୟପାଠ ବ୍ୟୁରୋ : ତିନି ଓଡିଆ ସାଂସଦଙ୍କୁ ବିଜେପି ପୁରସ୍କୃତ କରିଛି । ବରଗଡ ବିଜେପି ସାଂସଦ ସୁରେଶ ପୁଜାରୀଙ୍କୁ ଲୋକସଭାରେ ଦଳୀୟ ସଚେତକ ଭାବେ ନିଯୁକ୍ତି ମିଳୁଛି । ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାସହ ମଣିପୁର ଓ ତେଲେଙ୍ଗାନା ରାଜ୍ୟର ସଚେତକ ଭାବେ ମଧ୍ୟ ସୁରେଶ ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଛି ।

ସୁନ୍ଦରଗଡ ସାଂସଦ ତଥା ମନ୍ତ୍ରୀପଦରୁ ବାଦ ପଡି ନାଖୁସ ଥିବା ଜୁଏଲ ଓରାମଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି ଦଳ । ଦଳ ତରଫରୁ ତାଙ୍କୁ ଲୋକସଭାର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଚୟନ କରାଯାଇଛି । ଅନ୍ୟପଟେ ରାଜ୍ୟସଭା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଚୟନ କରାଯାଇଛି ।

Related Posts