ଭେଟେରାନ ତେଲଗୁ ଆକ୍ଟର ଏମ୍. ବାଲାୟାଙ୍କ ପରଲୋକ

ହାଇଦ୍ରାବାଦ: ୯୪ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ ତେଲଗୁ ଆକ୍ଟର ମାନ୍ନାଭା, ବାଲାୟା । ବାୟସାଧିକ କାରଣରୁ ଆଜି ସକାଳେ ହାଇଦ୍ରବାଦ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ।

ତେଲଗୁ ସିନେମା ଇଣ୍ଡଷ୍ଟ୍ରୀରେ ଜଣେ ଲୋକପ୍ରିୟ କଳାକାର ଏମ୍. ବାଲାୟା। ସେ ଏକାଧିକ ଫିଲ୍ମରେ ଚରିତ୍ର ଅଭିନେତା ଭାବେ ଅଭିନୟ କରିଛନ୍ତି। ତାଙ୍କ ପୁଅ ତୁଳସୀ ରାମ ପ୍ରସାଦ ମଧ୍ୟ ଜଣେ ତେଲଗୁ ଆକ୍ଟର। ବାଲାୟାଙ୍କ ବିୟୋଗରେ ଅନେକ ତେଲଗୁ କଳାକାର ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।

ଅଭିନେତା ତଥା ବିଧାୟକ ବାଲକୃଷ୍ଣ ଟ୍ୱିଟ୍ କରି ବାଲାୟାଙ୍କ ବିୟୋଗ ତେଲଗୁ ସିନେମା ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ମାନ୍ନାଭା.ବାଲାୟା

ଏମ୍‌. ବାଲାୟ ୩୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେ କେବଳ ଜଣେ ଅଭିନେତା ନୁହଁନ୍ତି, ତେଲଗୁ ସିନେମାର ସେ ଜଣେ ନିର୍ଦ୍ଦେଶକ, ଲେଖକ ଓ ପ୍ରୋଜଯୋକ ମଧ୍ୟ। ଗୁଣ୍ଟୁ ଜିଲ୍ଲାର ଅମରାବତୀ ମଣ୍ଡଳମ ଚଭୁପଦୁରେ ଜନ୍ମଗ୍ରହଣ କରିଥିଲେ ବାଲାୟା। ୧୯୫୮ ମସିହାରେ ଏଥୁକୁ ପାଇ ଇଥୁ ଫିଲ୍ମରେ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏଇଠୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇ ପରେ ସେ ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଅଭିନିତ ଫିଲ୍ମଗୁଡ଼ିକ ହେଲା ପ୍ରଭାତି କଲ୍ୟାଣମ, ଭାଗ୍ୟଦେବତା, ଏବଂ କୁମକୁମା ରେଖା। ଚେଲେଲ୍ଲି କପୁରମରେ ତାଙ୍କର ବଳିଷ୍ଟ ଅଭିନୟ ପାଇଁ ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ଗୋଲ୍‌ଡେନ୍ ନନ୍ଦି ଆୱାର୍ଡରେ ସମ୍ମାନିତ କରିଥିଲେ ।

ତାଙ୍କ ବିୟୋଗ ଖବରକୁ ନେଇ ସମଗ୍ର ତେଲଗୁ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅନେକ କଳାକାର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Related Posts