ବିରାଟ କୋହଲିଙ୍କ ହୋଟେଲ ରୁମ୍ ଭିତରର ଭିଡିଓ ଭାଇରାଲ, ରୁମରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପ୍ ପାଇଁ ଏବେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ତେବେ ଏହି ଅବସରରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରହୁଥିବା ହୋଟେଲ ରୁମ ଭିତରର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ଏଥିରେ କୋହଲି ଅସନ୍ତୋଷ ବ୍ୟକ୍ତ କରବା ସହ ହୋଟେଲର ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଏନେଇ ସେ ବିସିସିଆଇ ନିକଟରେ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି।

ତେବେ ଘଟଣା ସାମ୍ନାକୁ ଆସିବା ପରେ ସୋମବାର ହୋଟେଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ହଟାଇ ଦିଆଯାଇଛି । ଏହାସହିତ ଏ ଭଳି ଘଟଣା ପୁନର୍ବାର ଘଟିବ ନାହିଁ ବୋଲି ହୋଟେଲ ପକ୍ଷରୁ କୋହଲିଙ୍କୁ ଆଶ୍ଵାସନା ଦିଆଯାଇଛି। ସେହିପରି ଭିଡିଓକୁ ମଧ୍ୟ ସୋସିଆଲ ସାଇଟରୁ ହଟେଇ ଦିଆଯାଇଛି ।

ରିପୋର୍ଟ ଅନୁସାରେ କୋହଲିଙ୍କ ରୁମକୁ ଜଣେ ପ୍ରଶଂସକ ପଶି ଏହାର ଭିଡିଓ କରିଥିଲେ । ସୋସିଆଲ ମିଡିଆରେ ଭିଡିଓଟି ଘୁରି ବୁଲିବା ପରେ କୋହଲି ଏହାକୁ ଶେୟାର କରିବା ସମସ୍ତଙ୍କୁ ଅବଗତ କରାଇଥିଲେ । ଏହା ପୂର୍ବରୁ ଖାଦ୍ୟରେ ଥଣ୍ଡା ସାଣ୍ଡୱିଚ ମିଳିଥିବାରୁ ଭାରତୀୟ ଖେଳାଳିମାନେ ଖାଇବାକୁୂ ମନା କରି ଦେଇଥିଲେ । ଆଇସିସି ମଧ୍ୟ ଏହି ଘଟଣା ନେଇ ମୁଣ୍ଡ ପୂରାଇବାକୁ ବାଧ୍ୟ ହୋଇଥିଲା ।

Related Posts