ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର :ଭିଜିଲାନ୍ସ କବଜାରେ ଅଙ୍ଗନବାଡି ଦିଦି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କୋରଡକଣ୍ଟା ଅଙ୍ଗନବାଡି ଦିଦି କବିତା ମଥନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଛି । ଭୁବନେଶ୍ୱର ଝାଡ଼ାପଡା ଅଂଚଳରେ ୩ଟି ଘର ସହ ନିଜ ଗାଁରେ ମଧ୍ୟ ରହିଛି ବଡ ବଡ ଘର । ଏକା କାଳୀନ ୬ଟି ଜାଗାରେ ଚଢ଼ାଉ ଚାଲିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ । ତେବେ ଜବତ ସୁନା ଓ ଅଳଙ୍କାର ମୂଲ୍ୟ ସମ୍ପକରେ କିଛି ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।

Related Posts