ଭୁବନେଶ୍ୱରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ, ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ

କଟକ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଥରେ ଭିଜିଲାନସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ | ଭୁବନେଶ୍ୱରର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତ | ଭିଜିଲାନସ ପକ୍ଷରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ଆଜି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୯ଟି ସ୍ଥାନରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି। କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।

ଜଗନ୍ନାଥ ରାଉତଙ୍କର ରଘୁନାଥପୁରରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଅବସ୍ଥିତ ଆବାସିକ ଘର, ରଘୁନାଥପୁର ଗ୍ରାମରେ ଅବସ୍ଥିତ ତିନିମହଲା କୋଠା, ଭୁବନେଶ୍ୱର ଗୋବିନ୍ଦା ଭବନର ଗାଁ ରଘୁନାଥପୁର ପଛପଟେ ଅବସ୍ଥିତ ତିନିମହଲା କୋଠା, ରଘୁନାଥପୁରରେ ଅବସ୍ଥିତ ତାଙ୍କର ଦୁଇମହଲା କୋଠା, ରଘୁନାଥପୁରରେ ଅବସ୍ଥିତ ଗାଁ ପୋଖରୀ ନିକଟରେ ଏକମହଲା କୋଠା, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଭୁବନେଶ୍ୱରର କଲରାହାଙ୍ଗରେ ଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲ ଆର୍କେଡରେ ଥିବା ଫ୍ଲାଟ୍, ବାଙ୍କିର ଚାରିଘରିଆରେ ଥିବା ଘର ଉବରେ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Related Posts