ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି…..

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ | ଯାହାକୁ ନେଇ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି | ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ପ୍ରାଥମିକ ତଦନ୍ତରୁ ମୃତ୍ୟୁ ର କାରଣ ପ୍ରେମ ବୋଲି ସୂଚନା ମିଳିଛି |

ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି। ରାତିରେ ଥିଲା ପ୍ରେମିକାର ବାହାଘର । ତାପର ଦିନ ସକାଳୁ ଉଠିଲା ପ୍ରେମିକର କୋକେଇ । ପ୍ରେମିକାର ବିବାହ କୁ ସହ୍ୟ କରି ନପାରି ଏଭଳି ଚରମ ନିଷ୍ପତି ନେଇଛନ୍ତି ମୃତ ଯୁବକ ପ୍ରଦୀପ ମଳିକ |

ଖବର ଅନୁଯାୟୀ, ଜହ୍ନିଆ ଗାଁରେ ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ ଗୁଜୁରୁଟାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ୩/୪ ତଳେ ସେ ଘରକୁ ଫେରି ପ୍ରେମିକାକୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ବୁଧବାର ରାତିରେ ପ୍ରେମିକାର ଅନ୍ୟତ୍ର ବାହାଘର ହେଉଛି ବୋଲି ଖବର ପାଇଥିଲେ ପ୍ରେମିକ । ଯାହା ଶୁଣି ପ୍ରଦୀପଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ନିଜର ମାନସିକ ସ୍ଥିତି ହରାଇ ବସିଥିଲେ । ହାତରେ ମଦ ବୋତଲ ସହ ଏକ ରଶି ଧର ଘର ଠାରୁ କିଛି ଦୂରରେ ଥିବା ଏକ ଆକାଶିଆ ଗଛରେ ଝୁଲିପଡିଥିଲେ ।

ସେପଟେ ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଗଛରୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଘଟଣାସଂପର୍କରେ ଖବର ପାଇ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts