ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର, ଅଟୋ ଚାଳକଙ୍କ ଠାରୁ ୪ହାଜର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର। କୁତ୍ରାର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ଅଟୋ ଡ୍ରାଇଭର୍‌ଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ସାରଦା ପ୍ରସନ୍ନ।

ସୂଚନାନୁଯାୟୀ, ୧୭ ତାରିଖ ଦିନ ଆରବିନ ଖାଲଖୋ ନାମକ ଜଣେ ଅଟୋ ଡ୍ରାଇଭର୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ୩ ଜଣ ଗୁରୁତରଙ୍କୁ ଚିକିତ୍ସା କରିବା ପାଇଁ ଗୈରବାହାଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ।ଏ ବାବଦରେ ପୋଲିସକୁ ନଜଣାଇବା ପାଇଁ ଆୟୁର୍ବେଦିକ ଡାକ୍ତର ସାରଦା ପ୍ରସନ୍ନ ବେହେରା ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଅଟୋ ଡ୍ରାଇଭର୍ ବାଧ୍ୟ ହୋଇ ପୂର୍ବରୁ ୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଆଜି ବାକିଥିବା ଆଉ ୪ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ସୁନ୍ଦରଗଡ଼ ଭିଜଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।

Related Posts