କେସ ବନ୍ଦ କରିବାକୁ ୧୦ ଲକ୍ଷ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । ତେବେ କେସ ବନ୍ଦ କରିବାକୁ ୧୦ ଲକ୍ଷ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ । ଏମିତି ଏକ ଅଭାବନୀୟ ଏବଂ ବିଡମ୍ବନାର ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ସେପଟେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭିଜିଲାନ୍ସ ଅଧିକାରୀ। ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି।

ଜଣେ କର୍ମଚାରୀଙ୍କ କେସ୍ ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିଲେ। ବରଗଡର ମୁକେଶ ସାହୁଙ୍କ ମଧ୍ୟସ୍ଥିରେ ଲାଞ୍ଚ ନେଉଥିଲେ। ମାନସୀ ଏବଂ ମୁକେଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସର ଚଢାଉ ଜାରି ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts