ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ : ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିି ଜବତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌)ର ମିଟର ରିଲେ ଟେଷ୍ଟିଂ, ଇଲେକ୍ଟ୍ରିକାଲ ଏସ୍‌ଡିଓ ଭାବେ କାର୍ଯ୍ୟରତ ମହେଶ୍ବର ସେଠୀଙ୍କ ଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍। ତାଙ୍କର କେନ୍ଦୁଝର ସ୍ପଞ୍ଜ କଲୋନିସ୍ଥିତ ଘର, ଘଟଗାଁସ୍ଥିତ ପୈତୃକ ଘର, ଘଟଗାଁସ୍ଥିତ ସମ୍ପର୍କୀୟଙ୍କ ଘର, ରିମୁଳିସ୍ଥିତ ଶ୍ବଶୁର ଘର ଓ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟରେ ଚଢ଼ଉ କରିଛି ଭିଜିଲାନ୍ସ।

ଚଢ଼ଉ ସମୟରେ ଏସଡିଓଙ୍କ କେନ୍ଦୁଝରରେ ଥିବା ଦୁଇ ମହଲା କୋଠା, ତିନିଟି ପ୍ଲଟ୍‌, ଘଟଗାଁରେ ଗୋଟିଏ ପ୍ଲଟ୍‌, ତିନିଟି ମୋଟରସାଇକଲ, ୨୪ ଲକ୍ଷ ୬୩ ହଜାର ଟଙ୍କାର ବ୍ୟାଙ୍କ ଜମା, ୨୪ ଲକ୍ଷ ଟଙ୍କାର ବୀମା ପଲିସି ଏବଂ ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ତେବେ ଠାବ କରାଯାଇଥିବା ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୨ କୋଟି ୫୭ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ବାଲେଶ୍ବର ଭିଜିଲାନ୍ସ ଡିଭିଜନର ଦୁଇଜଣ ଡିଏସ୍‌ପି, ୬ଜଣ ଇନ୍‌ସପେକ୍ଟରଙ୍କୁ ନେଇ ଗଠିତ ୫ଟି ଟିମ୍‌ ଶ୍ରୀ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ରେଡ୍ କରିଥିଲା।

Related Posts