ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ; ୧୨ଟି ସ୍ଥାନରେ ଚଢ଼ଉ

ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ରୋଡ଼ ଆଣ୍ଡ ବିଲ୍ଡିଂ ସର୍କଲ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ରୋଡ଼ ଆଣ୍ଡ ବିଲ୍ଡିଂ ସର୍କଲ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୧୨ଟି ଟିମ ଏକକାଳୀନ ୧୨ଟି ସ୍ଥାନରେ ଏହି ଚଢାଉ କରଛନ୍ତି । ଆଜି ଭିଜିଲାନ୍ସର ଟିମ ବିନୋଦ ପାଢୀଙ୍କ ପୈତୃକ ଘର, ଗଞ୍ଜାମ ବ୍ଲକ ପାଖ ମାର୍କେଟ କମ୍ପେ୍ଲକ୍ସ, ଖଲିକୋଟ ଫାର୍ମ ହାଉସ  ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ ବିନୋଦଙ୍କ ଘରେ ଯାଂଚ ଜାରି ରହିଛି । ତେବେ ଯାଂଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ସହ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି । ତେବେ ଚଢାଉ ଶେଷ ହୋଇ ନଥିବାରୁ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

Related Posts