ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ହିଂସା: ପଶ୍ଚିମବଙ୍ଗରେ ବିଜେପି ଅଫିସ୍‌ରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ

କୋଲକାତା: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ସାରା ଦେଶରେ ଦେଖା ଦେଇଛି ପ୍ରତିବାଦର ସ୍ବର । ତେବେ ଏହି ସ୍ୱର ଏବେ ଦେଶବ୍ୟାପୀ ହିଂସା ଘଟାଇଛନ୍ତି। ପଶ୍ଚିମବଙ୍ଗରେ ବିଜେପି ଅଫିସ୍‌ରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ହାଉଡ଼ାର ଉଲବେରିଆ ଥିବ ବିଜେପି ଅଫିସ୍‌ରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଥିବା ଅଭିଯୋଗ ଆସିଛି।

ବିଜେପି ନେତା ଅଫିସ୍ ଜଳୁଥିବା ଭିଡିଓ ଟ୍ୱିଟ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଜେପି ନେତା ଅନିର୍ବାଣ ଗାଙ୍ଗୁଲି ଟ୍ୱିଟ୍ କରି ଲେଖିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ତେବେ ଘଟଣାରେ ମମତା କାହିଁକି ନିରବ ରହୁଛନ୍ତି ବୋଲି ଅନିର୍ବାଣ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି। ଏପଟେ ଟିଏମ୍‌ସି ପ୍ରାୟୋଜିତ ଗୁଣ୍ଡମାନେ ଏଭଳି ହିଂସା ଘଟାଇଛନ୍ତି ବୋଲି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ନୂପୁର ଶର୍ମାଙ୍କ ଗିରଫଦାରୀ ଦାବି ହେଉଛି। ଶୁକ୍ରାବର ନମାଜ ପାଠ ପରେ ଦେଶର ବିଭିନ୍ନ ରାଜ୍ୟରେ ହଙ୍ଗାମା ହୋଇଛି। ପଥର ମାଡ଼ ସଙ୍ଗାକୁ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ହୋଇଛି। ସ୍ଥାନେ ସ୍ଥାନେ ପୁଲିସ ଏକାଠି ଲାଠି ଚାର୍ଜ ବି କରିଛି। ପଶ୍ଚିମଙ୍ଗରେ ବିକ୍ଷୋଭକାରୀମାନେ ରେଲୱେ ଓ ସଡ଼କ ପଥ ବନ୍ଦ କରିଦେଇଛନ୍ତି। ରାଜ୍ୟରେ ଅନେକ ରେଳ ପଥ ବନ୍ଦ ରହିଥିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ସ୍ଥିତି ନିୟନ୍ତ୍ରଣ ହୋଇପାରୁନି। ତେଣୁ ରାଜ୍ୟରେ ସେନା ମୁତୟନ କରିବାକୁ ଦାବି କରିଛି ରାଜ୍ୟ ବିଜେପି।

ବିକ୍ଷୋଭକାରୀମାନେ ଧୁଲଗଡ଼, ପଞ୍ଚଲା ଓ ଉଲ୍‌ବେରିଆ ଜାତୀୟ ରାଜପଥ ବନ୍ଦ କରୁଥିବା ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ହିଂସା ହୋଇଛି। ମାମଲା ତୀବ୍ର ହୋଇଥିବାରୁ ରାଜ୍ୟ ସରକାର ହାଉଡ଼ାରେ ୩ଦିନ ପାଇଁ ଇଣ୍ଟରନେଟ୍ ସର୍ଭିସ୍ ବନ୍ଦ କରିଦେଇଛନ୍ତି।

Related Posts