ହିମାଚଳପ୍ରଦେଶ ମନାଲି ସ୍ଥିତ ସୋଲାଙ୍ଗ ଭେଲିରେ ଅଘଟଣ : ଭୁଶୁଡ଼ି ପଡିଲା ଅସ୍ଥାୟୀ ପୋଲ, ମହିଳାଙ୍କ ସମେତ ଭାସିଗଲେ ୩ ଶିଶୁ

ଶିମ୍‌ଲା : ହିମାଚଳ ପ୍ରଦେଶ ମନାଲି ସ୍ଥିତ ସୋଲାଙ୍ଗ ଭେଲିରେ ଘଟିଲା ଅଘଟଣ । ଲଗାଣ ବର୍ଷା ଯୋଗୁ ସାଲୋଙ୍ଗ ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଭୁଶୁଡ଼ିପଡ଼ିଛି। ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ଶିଶୁ ପାଣି ସୁଅରେ ଭାସିଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ପ୍ରଶାସନ ଓ ସ୍ଥାନୀୟବାସିନ୍ଦା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ପାଣିର ସୁଅ ଅଧିକ ତୀବ୍ର ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନ ଥିଲା। ଅନ୍ୟପକ୍ଷେ ସୋମବାର କୁଲ୍ଲୁରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅଞ୍ଚଳର ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି।

Related Posts