ମରିବାର ଅଭିନୟ ଦେଲା ନୂଆ ଜୀବନ: ବାଘ ମୁହଁରୁ ବଞ୍ଚିଲେ ଯୁବକ

(ସତ୍ୟପାଠ ବ୍ୟୁରୋ) ମହାରାଷ୍ଟ୍ର: କୁହାଯାଏ ବଳ ନୁହଁ ବୁଦ୍ଧି ଥିଲେ ଯେକୌଣସି ସମସ୍ୟାରୁ ମୁକୁଳି ହୁଏ । ସେଥିପାଇଁ କଥା କଥା କେ କୁହାଯାଏ ନିଜ ବୁଦ୍ଧିରେ ବଂର ଘାସ କାଟ କିନ୍ତୁ ପର ବୁଦ୍ଧିରେ କେବେ ଘୋଡ଼ା ଚଢ଼ିବ ନାହିଁ । ଏ କଥାର ମର୍ମକୁ ଭରପୁର ଉପଯୋଗ କରିଛନ୍ତି ମହାରାଷ୍ଟ୍ର ଭନ୍ଦରା ଜିଲ୍ଲାର ଜଣେ ବ୍ୟକ୍ତି ।

ବାଘ ଆଁରୁ ବର୍ତ୍ତିଲା ଜୀବନ

ମରିବାର ଅଭିନୟ ଦେଲା ନୂଆ ଜୀବନ । ଉପସ୍ଥିତ ବୁଦ୍ଧି ଖଟାଇ ବାଘ ମୁହଁରୁ ନିଜ ଜୀବନକୁ ବଞ୍ଚା ଚର୍ଚ୍ଚାରେ ଜଣେ ବ୍ୟକ୍ତି । ଉକ୍ତ ବ୍ୟକ୍ତିଙ୍କୁ ନମାରି ବାଘ ପଳାଇଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ଯେଉଁଥିରେ କେତେକ ଲୋକ ଗୋଟାଏ ବାଘକୁ ଘେରି ଗୋଡ଼ାଉଛନ୍ତି । ହଠାତ୍‌ ସେ ବାଘଟି ଗଛ ଆଢୁଆଳରୁ ବାହାରି ଆସି ଗୋଟାଏ ଲୋକକୁ ଗୋଡ଼ାଉଛି । ସେ ଲୋକ ତଳେ ପଡ଼ିଯାଉଛନ୍ତି ଏବଂ ବାଘଟି ତାଙ୍କ ଛାତି ଉପରେ ପାଦ ରଖୁଛି ଏବଂ ହଠାତ ସେହି ଲୋକ ଉପରେ ଆକ୍ରମଣ ନକରି କିଭଳି ଛାଡ଼ି ପଳାଉଛି ।

ବାସ୍ତବ କଥା ହେଲା ଉପସ୍ଥିତ ବୁଦ୍ଧି ଖଟାଇ ସେ ଲୋକ ବାଘ କବଳରୁ ବର୍ତ୍ତିବାକୁ ମରିବାର ଅଭିନୟ କରୁଛନ୍ତି । ତାଙ୍କର ଏହି କୌଶଳ ସମ୍ଭବତଃ ସଫଳ ହେଲା । କାରଣ ବାଘ ଆଉ ତାଙ୍କୁ ଆକ୍ରମଣ କଲାନାହିଁ । ଏତିକି ବେଳେ ଅନ୍ୟ ଲୋକମାନେ ଧାଇଁ ଆସି ଗୋଡ଼ାଗୋଡ଼ି କରିବାରୁ ବାଘଟି ସେ ଲୋକକୁ ଛାଡ଼ି ପଳାଇଲା ।

Related Posts