ବିରାଟଙ୍କ ବିଶ୍ୱରେକର୍ଡ; ଦିନିକିଆରେ ୫୦ତମ ଶତକ ମାରି ଭାଙ୍ଗିଲେ ସଚିନଙ୍କ ରେକର୍ଡ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ବିରାଟଙ୍କ ବିଶ୍ୱରେକର୍ଡ | ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୦ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି | ଆଜି ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଶତକ ହାସଲ କରିଛନ୍ତି କୋହଲି | ଏହି ଶତକ ସହିତ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି |

ସଚିନ ଦିନିକିଆରେ ୪୯ ଶତକ ହାସଲ କରିଥିବା ବେଳେ ବିରାଟ ଆଜି ୫୦ତମ ଶତକ ହାସଲ କରି ତାଙ୍କୁ ଟପି ଯାଇଛନ୍ତି | ଶତକ ପରେ ପଡିଆରେ ଉପସ୍ଥିତ ଥିବା ସଚିନଙ୍କୁ ସଲାମି ଦେଇଛନ୍ତି ବିରାଟ |

Related Posts