ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି। ଆସନ୍ତା ବୁଧବାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନ – ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି କହୁଥିବାର ଦେଖିବାକୁ ମିଳିଛି, ବଦଳରେ ଟିଏମସିର ମହା ଜଙ୍ଗଲ ରାଜ ଠାରୁ ଆପଣମାନଙ୍କୁ ଆଜାଦ କରେଇବି ବୋଲି କହିଛନ୍ତି । ଏହା ସହ ମୋଦୀ କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ, ତୁମ୍ ମୁଝେ ଖୁନ୍ ଦୋ, ମୁଁ ତୁମହେ ଆଜାଦୀ ଦୁଙ୍ଗା। ନେତାଜୀଙ୍କ ଡାକରାରେ ଦେଶ ସବୁକିଛି ଦେଇଥିଲା। ଆଜି ପଶ୍ଚିମବଙ୍ଗକୁ ଆପଣଙ୍କ ଭୋଟର ଆବଶ୍ୟକତା ଅଛି। ଆପଣ ଆମକୁ ଭୋଟ ଦିଅନ୍ତୁ ଏବଂ ଆମେ ଆପଣଙ୍କୁ ଟିଏମସିରୁ ମୁକ୍ତ କରିବୁ। ଟିଏମସିର ମହା ଜଙ୍ଗଲ ରାଜରୁ ଆଜାଦୀ, ଟିଏମସିର ଭୟରୁ ଆଜାଦୀ, ଟିଏମସିର ଦୁର୍ନୀତିରୁ ଆଜାଦୀ, ଝିଅମାନଙ୍କ ଉପରେ ହେଉଥିବା ନିର୍ଯାତନାରୁ ଆଜାଦୀ, ବେକାରୀରୁ ଆଜାଦୀ, ଅନୁପ୍ରବେଶକାରୀଙ୍କଠାରୁ ଆଜାଦୀ, ଦଙ୍ଗାରୁ ଆଜାଦୀ ଦେବୁ ବୋଲି ବୋନଗାଓଁର ଠାକୁରନଗରରେ ଏକ ନିର୍ବାଚନୀ ରାଲିରେ ମୋଦୀ କହିଥିଲେ।
ସେପଟେ ସେ ହୁଗଲିର ହରିପାଲରେ ଏକ ରାଲିକୁ ମଧ୍ୟ ସମ୍ବୋଧିତ କରିଥିଲେ ଏବଂ ଦିନବେଳେ କୋଲକାତାର ବିକେ ପଲ୍ ଆଭେନ୍ୟୁରୁ ଖାନ୍ନା କ୍ରସିଂ ପର୍ଯ୍ୟନ୍ତ ଏକ ରୋଡ୍ ଶୋ’ର ନେତୃତ୍ୱ ନେଇଥିଲେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମାଟୁଆ ହାର୍ଟଲ୍ୟାଣ୍ଡରେ ଏହି କାର୍ଯ୍ୟକ୍ରମକୁ ବାଛିଥିଲେ, ଯେଉଁଠାରେ SIR ସମୟରେ ଭୋଟର ତାଲିକାରୁ ବହୁ ସଂଖ୍ୟାରେ ନାମ ବାଦ ଦିଆଯାଇଥିଲା। ସେଠାରେ ସେ କହିଥିଲେ ଯେ ମାଟୁଆ ଏବଂ ନାମଶୂଦ୍ରଙ୍କୁ ନାଗରିକତ୍ୱ ସୁନିଶ୍ଚିତ କରାଯାଇପାରିବ। ଆପଣଙ୍କୁ ଜଣେ ଭାରତୀୟ ନାଗରିକର ଡକ୍ୟୁମେଣ୍ଟ ଏବଂ ଅଧିକାର ମିଳିବ ବୋଲି ମୋଦି ଗ୍ୟାରେଣ୍ଟି, ଦେଇଥିଲେ ।
ଏହା ସହ ମୁଁ ଅନୁପ୍ରବେଶକାରୀମାନଙ୍କୁ ୨୯ ଏପ୍ରିଲ ପୂର୍ବରୁ ବଙ୍ଗ ଏବଂ ଭାରତ ଛାଡିବାକୁ ଚେତାବନୀ ଦେଉଛି। ନଚେତ୍, ୪ ମେ ପରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ବାହାର କରିଦିଆଯିବ ବୋଲି ମୋଦି କହିଛନ୍ତି। ସେପଟେ ୨୩ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଯେଉଁଥିରେ ୯୩% ରୁ ଅଧିକ ମତଦାନ ରେକର୍ଡ ହୋଇଥିଲା । ସେ ବିଷୟରେ ଉଲ୍ଲେଖ କରି ମୋଦି କହିଥିଲେ, ଯେ ପ୍ରଥମ ପର୍ଯ୍ୟାୟରେ ଟିଏମସିର ଗର୍ବ ନଷ୍ଟ ହୋଇଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ବିଜେପିର ବିପୁଳ ବିଜୟ ସୁନିଶ୍ଚିତ କରିବ। ଆମକୁ ପ୍ରତ୍ୟେକ ବୁଥରେ ଜିତିବାକୁ ପଡିବ ଏବଂ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
