ଆଜି ଆସ୍ଥା ଭୋଟ: ବହୁମତ ପ୍ରମାଣ ଦେବେ ନୀତିଶ

ପାଟନା: ଆଜି ବିହାର ବିଧାନସଭାରେ ନୀତୀଶ କୁମାର ନେତୃତ୍ବାଧୀନ ସରକାରଙ୍କ ଅଗ୍ନ୍ତିପରୀକ୍ଷା । ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ ନୀତିଶ ସରକାର । ‘ଜମି ବଦଳରେ ଚାକିରି’ ଦୁର୍ନୀତି ଘଟଣାରେ ‘ସିବିଆଇ’ ‘ଆର୍‌ଜେଡି’ ନେତା ଅଶ୍‌ଫକ୍‌ କରିମ୍‌ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ‘ଆର୍‌ଜେଡି’ ସୁପ୍ରିମ‌ୋ ଲାଲୁ ପ୍ରସାଦଙ୍କ ଶାସନ ଅମଳରେ ଉପ‌ରୋକ୍ତ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।
ଦୁଇ ନେତାଙ୍କ ଘର ସମତେ ଏକାଧିକ ସ୍ଥାନରେ ‘ସିବିଆଇ’ ଉକ୍ତ ମାମଲାରେ ଚଢ଼ାଉ ଆରମ୍ଭ କରିଛି।

ଆଜି ସକାଳେ ପାଟନାସ୍ଥିତ ବାସଭବନ ଚଢ଼ାଉ ହେବା ପରେ ପ୍ରତିକ୍ରିୟା ବ୍ୟକ୍ତ କରି ସୁନୀଲ ସିଂହ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଚଢ଼ାଉ କରାଯାଉଛି। ଏହାର କୌଣସି ଅର୍ଥ ନାହିଁ। ସେମାନଙ୍କର ଧାରଣା ଚଢ଼ାଉ କଲେ ଭୟଭୀତ ହୋଇ ବିଧାୟକମାନେ ତାଙ୍କୁ ସମର୍ଥନ କରିବେ।

‘ଆର୍‌ଜେଡି ଆର୍‌ଏସ୍‌’ ସାଂସଦ ମନୋଜ ଝା’ ମଧ୍ୟ କହିଛନ୍ତି, ‘ଇଡି’ ହେଉ କି, ‘ଆଇଟି’ ଅଥବା ‘ସିବିଆଇ’ ଚଢ଼ାଉ ହେଉ, ତାହା ‘ବିଜେପି’ର ଚଢ଼ାଉ ବୋଲି କିଏ ନ ଜାଣେ। ସେମାନେ (କେନ୍ଦ୍ରୀୟ ଏଜେନ୍‌ସି) ଏବେ ‘ବିଜେପି’ ଅଧୀନରେ କାର୍ଯ୍ୟ କରୁଛନ୍ତି। ‘ବିଜେପି’ ନିର୍ଦେଶରେ ତାଙ୍କ ଅଫିସ୍‌ ପରିଚାଳିତ ହେଉଛି। ଆଜି ବିହାର ବିଧାନସଭାରେ ‘ଫ୍ଲୋର୍‌ ଟେଷ୍ଟ୍‌’ ଥିବା ବେଳେ ଏଠାରେ କ’ଣ ଚାଲିଛି। ଏମିତି ହେବ ବୋଲି ଜଣାପଡୁଥିଲା।

ଗତରାତିରେ ‘ଆର୍‌ଜେଡି’ର ଜଣେ ମୁଖପାତ୍ର ଟୁଇଟ୍‌ କରି କହିଥିଲେ ଯେ, ବିହାରରେ କ୍ଷମତା ହରାଇ ‘ବିଜେପି’ ଖୁବ୍‌ ରାଗି ଯାଇଥିବାରୁ ‘ସିବିଆଇ’ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍‌ସିମାନେ ଚଢ଼ାଉ କରିବା ଲାଗି ପ୍ରସ୍ତୁତି କରୁଛନ୍ତି।

Related Posts