ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ଭୋଟ ଗ୍ରହଣ; ୧୪୫ ବିଧାୟକ ଦେଲେ ଭୋଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକି୍ରୟା । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ପସନ୍ଦୀଦାର ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାର ଦେଖିବାକୁ ମିଳିଥିଲା ।

ଏହା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ତେବେ ଓଡ଼ିଶା ବିଧାନସଭାରେ ଭୋଟ ଦେଇଛନ୍ତି ୧୪୫ ବିଧାୟକ । ସେପଟେ ଦିଲ୍ଲୀରେ ଭୋଟ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କେବଳ ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ଭୋଟ ଦେବାକୁ ଆସିଲେନି ।

Related Posts