ଟିମ୍ ଇଣ୍ଡିଆର ମଧ୍ୟବର୍ତ୍ତୀ କାଳୀନ ମୁଖ୍ୟ କୋଚ୍ ନିଯୁକ୍ତ ହେଲେ ଭିଭିଏସ୍ ଲକ୍ଷ୍ମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି। ଏହାପରେ ରାହୁଲ ଦ୍ରାବିଡ଼ଙ୍କ ଅନୁପସ୍ଥିତରେ ଟିମ ଇଣ୍ଡିଆର ମଙ୍ଗ ଭିଭିଏସ୍ ଲକ୍ଷ୍ମଣ ସମ୍ଭାଳିବେ ବୋଲି ଜଣା ପଡ଼ିଛି। ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଥିବା ଭିଭିଏସ୍ ଲକ୍ଷ୍ମଣଙ୍କୁ ଟିମ୍ ଇଣ୍ଡିଆର ମଧ୍ୟବର୍ତ୍ତୀକାଳୀନ କୋଚ ଭାବେ ନିଯୁକ୍ତି ମିଳିଛି। କୋଭିଡ୍‌ ଯୋଗୁ ରାହୁଲ ଦ୍ରାବିଡ଼ ବିଶ୍ରାମ ନେଇଥିବାରୁ ତାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ଭିଭିଏସ ଲକ୍ଷ୍ମଣ।ଜିମ୍ବାୱେ ଗସ୍ତରେ ଲକ୍ଷ୍ମଣ ଭାରତକୁ ପ୍ରଶିକ୍ଷଣ ଦେଇଇଥିଲେ । ଯେଉଁଠାରେ ଭାରତୀୟ ଦଳ ଆୟୋଜକ ଜିମ୍ବାୱେକୁ ଦିନିକିଆ ସିରିଜରେ ୩-୦ ରେ ପରାସ୍ତ କରିଥିଲା।

ଏସିଆ କପ୍ ପାଇଁ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଭଳି ଦମଦାର ଖେଳାଳିଙ୍କ ଯାଦୁ ଦେଖିବାକୁ ମିଳିବ। ତେବେ ଭାରତର ଦୁଇ ଅଗ୍ରଣୀ ପେସ ବୋଲର ଜସପ୍ରୀତ ବୁରାମ ଏବଂ ହର୍ଷଲ ପଟେଲ ଆହତ ଯୋଗୁ ଏଥିରେ ଅଂଶଗ୍ରହଣ କରୁ ନାହାନ୍ତି। ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ -୨୦୨୨ ପାଇଁ ଭିଭିଏସ୍ ଲକ୍ଷ୍ମଣ ମଧ୍ୟବର୍ତ୍ତୀ କାଳୀନ ହେଡ୍ କୋଚ୍ ହେବା ନେଇ ବିସିସିଆଇ ପ୍ରକାଶ କରିଛି। ଜିମ୍ବାୱେରେ ଦିନିକିଆ ସିରିଜରେ ଦୃଢ଼ ନେତୃତ୍ୱ ନେଇଥିବା ଲକ୍ଷ୍ମଣଙ୍କ ତତ୍ତ୍ୱବଧାନରେ ଟିମଣ୍ଡିଆ ଏସିଆ କପ୍ ପାଇଁ ପ୍ରସ୍ତୁତି କରିବ। ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଦଳର ପ୍ରସ୍ତୁତି ତଦାରଖ କରିବେ ଲକ୍ଷ୍ମଣ ।

ସୂଚନା ଅନୁସାରେ, ୟୁଏଇ ଯିବା ପୂର୍ବରୁ କୋଭିଡ୍‌ ପରୀକ୍ଷା କରିଥିଲେ ରାହୁଲ ଦ୍ରାବିଡ । ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କୋଭିଡ ନେଗେଟିଭ ରିପୋର୍ଟ ଆସିଲା ପରେ ରାହୁଲ ଦ୍ରାବିଡ଼ ପୁଣି ଥରେ ଯୋଗ ଦେବେ। ଏ ସମ୍ପର୍କରେ ବିସିସିଆ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି।

Related Posts