ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ବିଧାୟକ, ବାନ୍ଧିଲା ପୋଲିସ

ଚର୍ଚାରେ ନିତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ଜଣେ ବିଧାୟକ | ନିଶାସକ୍ତ ଅବସ୍ଥାରେ ଉଲଗ୍ନ ହୋଇ ବୁଲୁଥିବାର ଭିଡିଓ ଭାଇରଲ | ନିଜ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରି ବାହାବା ସାଉଁଟୁଥିବା ନିତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ କିନ୍ତୁ ଦେଖିବାକୁ ମିଳିଛି ଓଲଟା ଚିତ୍ର | ମଦମୁକ୍ତ ବିହାରରେ ଖୁଲମଖୁଲା ରାସ୍ତାରେ ବୁଲୁଛନ୍ତି ନିଶାସକ୍ତ ବିଧାୟକ । ଏପରିକି ନିଶାସକ୍ତ ଅବସ୍ଥାରେ ଥିବା ବିଧାୟକଜଣକ ରାସ୍ତାରେ ଉଲଗ୍ନ ହୋଇ ଦୌଡ଼ିଥିବା ବେଳେ ତାଙ୍କ ବାନ୍ଧିଛି ପୁଲିସ୍‌ । ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ଜୋର ଧରିଛି ଚର୍ଚ୍ଚା।

ଜୟ ପ୍ରକାଶ ପ୍ରସାଦ ନାମକ ବିଧାୟକ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଦୌଡ଼ୁଥିବା ବେଳେ ମଦମୁକ୍ତ ବିହାରର ଅସଲ ଚିତ୍ର ଲୋକଲୋଚନକୁ ଆସିଛି।

ଇସଲାମପୁର ବିଧାନସଭା କ୍ଷେତ୍ରର ଏମଏଲଏ ଜୟ ପ୍ରକାଶ ପ୍ରସାଦ ଜେଡୟୁର ଯୁବ ମୋର୍ଚ୍ଚା ଦାୟିତ୍ୱରେ ଅଛନ୍ତି। ଜୟ ପ୍ରକାଶଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନାଳନ୍ଦା ଜିଲ୍ଲାରୁ ଗିରଫ କରିଛି ପୁଲିସ୍‌ | ତାଙ୍କ ଗିରଫ ଓ ତାଙ୍କ ଭାଇରାଲ ଭିଡିଓ କୁ ନେଇ ବିଭିନ ମହଲରୁ ଭିନ ଭିନ୍ନ ମତ ପ୍ରକାଶ ପାଇଛି |

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ନିଶାସକ୍ତ ଅବସ୍ଥାରେ ଥିବା ପ୍ରସାଦ ନାଳନ୍ଦା ଜିଲ୍ଲାର ଜଗଦିଶପୁର ଗାଁରେ ଶରୀରରୁ ସମସ୍ତ ପୋଷାକ ବାହାର କରି ରାସ୍ତାରେ ଦୌଡ଼ିବାକୁ ଲାଗିଲେ। ପରିବାର ସଦସ୍ୟ ଘରେ ରହିବା ପାଇଁ କହିବାରୁ ସେ ସେମାନଙ୍କୁ ଗାଳିଗୁଲଜ କରି ବାହାରେ ବୁଲିଥିବା ଜଣାଯାଇଛି। ଏହା ଦେଖି ରାସ୍ତାରେ ଯାଉଥିବା କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରି ପୁଲିସ୍‌କୁ ଖବର ଦେଲେ ।

ଏନେଇ ଖବର ପାଇ ଆମେ ଘଟଣାସ୍ଥଳ ଜଗଦିଶପୁର ଗାଁରେ ପହଞ୍ଚିଲୁ। ସେଠାରେ ପହଞ୍ଚି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କ ଶରୀରରେ କୌଣସି କପଡ଼ା ନ ଥିବା ଦେଖିବାକୁ ପାଇଲୁ। ଏନେଇ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ଅଧିକାରୀ କହିଛନ୍ତି

Related Posts