ଋଷ-ୟୁକ୍ରେନରେ ମଧ୍ୟରେ ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି | ରୁଷ ର ଆକ୍ରମଣ ପରେ ପ୍ରତୀୟ ଆକ୍ରମଣ କରିଛି ୟୁକ୍ରେନ | ରୁଷ କୁ ପାଲଟା ଜବାବ ଦେଇଛି ୟୁକ୍ରେନ | ୟୁକ୍ରେନ ପୂର୍ବାଞ୍ଚଳ ସାମରିକ ଘାଟିରୁ ଋଷ ଉପରୋ ଜୋରଦାର ପ୍ରତି ଆକ୍ରମଣ |
ବୋରିସପିଲ, ଓଡୋରନୋମ, କୁଲବାକିନୋମୁ, ଚୁଗ୍ୟୁଏଭ, କ୍ରାମାଟୋରସ୍କ, କ୍ରୋନୋ ବାଇଭିଟସ, ଏବଂ ଓଡର ବିମାନ ବନ୍ଦର ଏବଂ ଘାଟିରୁ ବାଲିଷ୍ଟିକ ଆକ୍ରମଣ କରିଛି ୟୁକ୍ରେନ ସେନା । ୟୁକ୍ରେନ ସେନା ମୁଖ୍ୟ ନିଜେ ଯୁଦ୍ଧ ପରିଚାଳନା କରୁଛନ୍ତି । ସେପଟେ ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଥିବା ଦାବି କରିଛି ୟୁକ୍ରେନ । ସେତିକି ନୁହେଁ ଗୋଟିଏ ହେଲିକପ୍ଟରକୁ ବି ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଛି ।
ସାମରିକ ତଥା ସୀମା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓଡେଶାରେ ଋଷ ସେନାର ଜୋରଦାର ଉପସ୍ଥିତିକୁ ଅସ୍ୱିକାର କରିଛି ୟୁକ୍ରେନ । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଋଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସାରା ବିଶ୍ୱକୁ ନିବେଦନ କରିଛନ୍ତି । ନଚେତ୍ ୟୁରୋପ ସହ ସାରା ବିଶ୍ୱ ଭୟଙ୍କର ପରିଣତି ଭୋଗିବ ବୋଲି ସେ କହିଛନ୍ତି । ସେପଟେ ଜଳ-ସ୍ଥଳ-ଆକାଶରୁ ଏକକାଳୀନ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷସେନା । ପାଓ୍ୱାର ଷ୍ଟେସନ, ତୈଳ କୂପ ସହ ଗୁରୁତ୍ୱପୂର୍ଣ୍ଣ ସେନା ଓ ସରକାରୀ କାର୍ଯ୍ୟାନୁଷ୍ଠାନକୁ କରିଛି ଟାର୍ଗେଟ ।
ସୂଚନାଯୋଗ୍ୟ, ଗତକାଲି ରୁଷ ୟୁକ୍ରେନ ର ୧୩ଟି ପ୍ରାନ୍ତରେ ଲଗାତାର ବିସ୍ଫୋରଣ କରିଛି । ଏଥିମଧ୍ୟରେ ଗୋଟିଏ ପ୍ରାନ୍ତ ଦୋନେସ୍କରେ ବୁଧବାର ଲଗାତାର ବିସ୍ଫୋରଣ ହୋଇଥିବା ଯୋଗୁଁ ୟୁକ୍ରେନବାସୀ ଭୟଭୀତ ହୋଇପଡିଛନ୍ତି ।
