ଆମକୁ ବାରମ୍ବାର ଟାର୍ଗେଟ କରାଯାଉଛି ହେଲେ ସରକାର କେବଳ ଆଶ୍ୱସନା ଦେଇ ଆମକୁ ଅଣଦେଖା କରୁଛନ୍ତି: ମୃତ କାଶ୍ମୀର ପଣ୍ଡିତଙ୍କ ପତ୍ନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ପୁଣି ଥରେ ହତ୍ୟା କରିଛନ୍ତି । ଆତଙ୍କବାଦୀମାନେ ଏହି ଘଟଣା କାଶ୍ମୀରର ବୁଡଗାମ ଜିଲ୍ଲାର ଚାଡୋରା ଠାରେ ଥିବା ତହସିଲଦାର କାର‌୍ୟ୍ୟାଳୟରେ କରିଥିଲେ। ସେପଟେ କାଶ୍ମୀରର ହିନ୍ଦୁମାନେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରୁଛନ୍ତି ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଏହି ପ୍ରଦର୍ଶନକୁ ଯିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏସବୁ ମଧ୍ୟରେ ମୃତ ମୃତ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କ ପତ୍ନୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ସରକାର ଆମର ସୁରକ୍ଷା ବିଷୟରେ ଚିନ୍ତା କରୁନାହାଁନ୍ତି। ଆମକୁ ବ୍ୟବହାର କରି ଛାଡ଼ି ଦେଉଛନ୍ତି । କ୍ରମାଗତ ଭାବରେ ଆତଙ୍କବାଦୀମାନେ କାଶ୍ମୀରୀ ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି। ତାଙ୍କ ସହ ରହୁଥିବା ଲୋକମାନେ ହିଁ ଆତଙ୍କବାଦୀଙ୍କୁ କିଛି କହିଥିବେ, ତେଣୁ ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ଅନ୍ୟପଟେ ରାହୁଲ ଭଟ୍ଟଙ୍କ ପିତା କହିଛନ୍ତି ଯେ ରାହୁଲ ଗତ କିଛି ମାସ ହେବ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କ ଆବେଦନକୁ ବିଚାର କରିନଥିଲେ। ସେ କହିଛନ୍ତି, “ଯଦି ଜଣେ ପଣ୍ଡିତ ସରକାରୀ କାର‌୍ୟ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ତାହାଲେ କେଉଁଠି ସେ ସୁରକ୍ଷିତ ?

ରାହୁଲଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କାଶ୍ମୀରରେ ଅଛନ୍ତି। କାଶ୍ମୀର ପଣ୍ଡିତମାନଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ରାହୁଲ ୨୦୧୧ ରେ ଚାକିରି ପାଇଥିଲେ, କିନ୍ତୁ ସେ ଚାଡୋରାରୁ ସ୍ଥାନାନ୍ତର ଚାହୁଁଥିଲେ ବୋଲି ମୃତ ରାହୁଲଙ୍କ ବାପା କହିଛନ୍ତି । ସେପଟେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ତହସିଲଦାର କାର‌୍ୟ୍ୟାଳୟରେ କାର‌୍ୟ୍ୟ କରୁଥିଲେ । କିନ୍ତୁ ଗୁରୁବାର ଅପରାହ୍ନରେ ଆତଙ୍କବାଦୀମାନେ ତହସିଲଦାରଙ୍କ କାର‌୍ୟ୍ୟାଳୟରେ ପ୍ରବେଶ କରି ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀମାନେ ଏହି ଘଟଣା କରିବା ପରେ ରାହୁଲଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କାଶ୍ମୀରୀ ପଣ୍ଡିତ ତଥା ସମଗ୍ର ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳୁଛି। ଏହି ଘଟଣା ପରେ କାଶ୍ମୀର ପଣ୍ଡିତମାନେ ରାସ୍ତାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପଣ୍ଡିତମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ସେମାନେ ନିରାପତ୍ତାର ଗ୍ୟାରେଣ୍ଟି ନ ପାଆନ୍ତି, ତେବେ ସେମାନେ ନିଜ କାର‌୍ୟ୍ୟକୁ ଯିବେ ନାହିଁ।

ବାରମୁଲ୍ଲା-ଶ୍ରୀନଗର ରାଜପଥ ଏବଂ ଜାମ୍ମୁ-ଶ୍ରୀନଗର ରାଜପଥକୁ ଅବରୋଧ କରି କାଶ୍ମୀରୀ ପଣ୍ଡିତମାନେ ବିରୋଧ କରିଥିଲେ। ଗୁରୁବାର ଦିନ ମଧ୍ୟ ଏକ ପ୍ରଦର୍ଶନ କରାଯାଇଥିଲା ଏବଂ ବିରୋଧୀ କାଶ୍ମୀରୀ ପଣ୍ଡିତମାନେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସେଠାକୁ ନ ଆସିବା ପର‌୍ୟ୍ୟନ୍ତ ମୃତଦେହକୁ ନ ନେବାକୁ ଦାବି କରିଥିଲେ। ତେବେ ପ୍ରଶାସନର ପ୍ରବର୍ତ୍ତନରେ କାଶ୍ମୀରୀ ପଣ୍ଡିତମାନେ ରାଜି ହୋଇ ଶବକୁ ରାହୁଲ ଭଟ୍ଟଙ୍କ ଘରକୁ ନିଆଯାଇଥିଲା। କାଶ୍ମୀର ପଣ୍ଡିତମାନେ ମଧ୍ୟ ରାସ୍ତାରେ ଯାଇ କେନ୍ଦ୍ର ସରକାର ଏବଂ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କାଶ୍ମୀରୀ ପଣ୍ଡିତମାନେ କହିଛନ୍ତି ଯେ ସେମାନଙ୍କୁ ଟାର୍ଗେଟ କରି ନିରନ୍ତର ଆକ୍ରମଣ କରାଯାଉଛି ଏବଂ ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି।

Related Posts