ପୋଲିସ କାର୍ଯ୍ୟାନୁଷ୍ଠାନରେ ଟ୍ବିଟର୍ ଖପ୍ପା : କହିଲା ଭାରତୀୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତଥାକଥିତ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୁଲିସ୍‌ ତତ୍ପରତା , ” ଲୋକଙ୍କ ବାକ୍ ସ୍ବାଧୀନତା ପ୍ରତି ବିପଦ” ଏବଂ ଭାରତ ସରକାରଙ୍କ ନୂଆ ଡିଜିଟାଲ ନିୟମ ଉପରେ ଆଜି ଟ୍ୱିଟର ଆଜି ନୀରବତା ଭାଙ୍ଗିଛି। ଏହି ଘଟଣାକୁ ନେଇ ଭାରତରେ କାମ କରୁଥିବା କମ୍ପାନୀର କର୍ମଚାରୀଙ୍କ ସୁରକ୍ଷାକୁ ନେଇ କମ୍ପାନୀ ଚିନ୍ତିତ ଥିବା କହିଛି। ଟ୍ୱିଟରର ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ଆମେ ଭାରତରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ଓ ଆମ ସେବା ପାଉଥିବା ଲୋକଙ୍କ ବାକ୍‌ ସ୍ୱାଧୀନତା ପ୍ରତି ଥିବା ବିପଦକୁ ନେଇ ଚିନ୍ତିତ । ଗତ କିଛିଦିନ ତଳେ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୁଲିସ୍‌ର ରାତି ଅଧିଆ ଚଢାଉ କୁ ନେଇ ଟ୍ୱିଟର କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଟ୍ବିଟର ମୁଖପାତ୍ର କହିଛନ୍ତି ଯେ, ଟ୍ୱିଟର ମୁଖପାତ୍ର କହିଛନ୍ତି, “ଟ୍ବିଟର ଭାରତର ଲୋକଙ୍କ ପାଇଁ ଗଭୀରତାର ସହ ପ୍ରତିବଦ୍ଧ। କରୋନା ମହାମାରୀ ସମୟରେ ଆମର ସେବା ଜନସାଧାରଣଙ୍କ ସମର୍ଥନର ଗୁରୁତ୍ବପୂର୍ଣ୍ଣ ଉତ୍ସ ଭାବରେ ପ୍ରମାଣିତ ହୋଇଛି। ଆମର ସେବା ଉପଲବ୍ଧ ରଖିବା ପାଇଁ, ଆମେ ଉଦ୍ୟମ ଜାରି ରଖିବୁ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମ ସହ ଭାରତ ଓ ବିଦେଶରେ ରହୁଥିବା ସିଭିଲ ସୋସାଇଟିର ଲୋକମାନେ, କମ୍ପାନୀର କର୍ମଚାରୀଙ୍କୁ ପୁଲିସ ଯେଉଁଭଳି ଭାବେ ଭୟଭୀତ କରାଇବାକୁ ପଦକ୍ଷେପ ନେଉଛି, ତା’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆମେ ବିଶ୍ୱସ୍ତରରେ ଯେଉଁ ସେବା ଯୋଗାଇ ଦିଆଯାଉଛି, ତା’କୁ ପ୍ରଭାବିତ କରିବାକୁ ପ୍ରୟାସ କରାଯାଉଛି।” ନୂତନ ଡିଜିଟାଲ୍ ନିୟମ ଉପରେ ଟ୍ବିଟର ପ୍ରଥମ ଥର ପାଇଁ ଖୋଲା ଖୋଲି ପ୍ରତିକ୍ରିୟା ରଖିଛି। ଟ୍ବିଟର କହିଛି ଯେ କମ୍ପାନୀ ସବୁବେଳେ ଭାରତରେ ପ୍ରଚଳିତ ନିୟମକୁ ପାଳନ କରୁଛି। ଆଗକୁ ମଧ୍ୟ ସଂସ୍ଥା ଏହାର ପାଳନ କରିବ। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ବିରୋଧରେ ହ୍ବାଟସ୍‌ଆପ୍‌ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଭାରତ ସରକାରଙ୍କ ନୂଆ ଆାଇଟି ନିୟମ ଉପରେ ରୋକ ଲଗାଇବା ପାଇଁ ହ୍ବାଟସ୍‌ଆପ୍‌ ଆବେଦନ କରିଛି। ଆପ୍‌ ପକ୍ଷରୁ କୁହାଯାଇଛି ଯେ, ନୂଆ ନିୟମ ଦ୍ୱାରା ୟୁଜରଙ୍କ ରାଇଟ୍‌ ଟୁ ପ୍ରିଭେସି ଅଧିକାରୀ କ୍ଷୁର୍ଣ୍ଣ ହେବ। ନିୟମ ଅନୁସାରେ ଚାଟ୍‌କୁ ଟ୍ରେସ୍‌ କରିବାକୁ ପଡ଼ିବ। ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ ସମ୍ପୂର୍ଣ୍ଣ ‌ବନ୍ଦ ହୋଇଯିବ। ଗୋପନୀୟତାକୁ ନେଇ ଲୋକମାନଙ୍କର ଯେଉଁ ମୌଳିକ ଅଧିକାର ରହିଛି ତାହାର ଉଲ୍ଲଘଂନ ହେବ ବୋଲି କଂପାନି କହିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପି ନେତାମାନେ କଂଗ୍ରେସର ଏକ ତଥାକଥିତ ଟୁଲକିଟ୍‌ କୁ ନେଇ ହଙ୍ଗାମା କରିଥିଲେ । କିନ୍ତୁ କଂଗ୍ରେସ ଏହାକୁ ବିଜେପିର ଷଡ଼ଯନ୍ତ୍ର ବୋଲି କହିବା ସହ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧୀରେ ଏଫଆଇଆର ଦାୟର କରିଥିଲା। ଟ୍ୱିଟର ସମ୍ବିତ ପାତ୍ର କରିଥିବା ଟୁଲକିଟ୍‌ ସମ୍ବନ୍ଧୀୟ ଟ୍ୱିଟକୁ ମ୍ୟାନୁପଲେଟେଡ୍‌ ମିଡିଆ ଟ୍ୟାଗ୍ ଦେଇଥିଲା। ଏହାକୁ ନେଇ ଟ୍ବିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

Related Posts