ଶେଷରେ ଖୋଲିଲେ ହିନ୍ଦୁ କାର୍ଡ,ଭାରତକୁ ଖ୍ରୀଷ୍ଟିଆନ୍ ଧର୍ମରେ ପରିଣତ କରିବାକୁ ଷଡଯନ୍ତ୍ର କରୁଛନ୍ତି IMA ମୁଖ୍ୟ ; ରାମଦେବ ଙ୍କ ମୁଖ୍ୟ ସହଯୋଗୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଇଏମ୍ଏ ଓ ରାମଦେବ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ବାବାଙ୍କ ସମର୍ଥନରେ ବାହାରିଛନ୍ତି ତାଙ୍କର ମୁଖ୍ୟ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା। ସେ ଆଇଏମ୍ଏ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ବାଲକ୍ରିଷ୍ଣା ଟୁଇଟ୍‌ କରି କହିଛନ୍ତି ଯେ, ଯୋଗଗୁରୁ ବାବା ରାମଦେବ ଏବଂ ଆୟୁର୍ବେଦକୁ ଟାର୍ଗେଟ କରି ସମଗ୍ର ଦେଶକୁ ଖ୍ରୀଷ୍ଟିଆନ ଧର୍ମରେ ପରିଣତ କରିବା ପାଇଁ ଏହା ଏକ ଷଡଯନ୍ତ୍ରର ଅଂଶ । ଦେଶବାସୀ, ବର୍ତ୍ତମାନ ଗଭୀର ନିଦରୁ ଉଠନ୍ତୁ ନଚେତ୍ ଭବିଷ୍ୟତ ପିଢି ତୁମକୁ କ୍ଷମା କରିବେ ନାହିଁ । ” କିଛି ନ୍ୟୁଜ୍ କ୍ଲିପିଂ ଆଧାରରେ ସେ ଟ୍ବିଟ କରି କହିଛନ୍ତି ଯେ ଇଣ୍ଡିଆନ ମେଡିକାଲ ଆସୋସିଏସନର ସଭାପତି ଡକ୍ଟର ଜନ୍‌ରୋଜ୍ ଜୟଲାଲ ଖ୍ରୀଷ୍ଟିଆନ ଧର୍ମାନ୍ତରଣ କରିବାରେ ଜଡିତ ଅଛନ୍ତି। ତେବେ ଏହା ଉପରେ ପ୍ରତିକ୍ରିୟା ରଖି ଡକ୍ଟର ମାନେ କହିଛନ୍ତି ଯେ ବାବା ରାମଦେବ ଓ ତାଙ୍କ ସହଯୋଗୀ ଏଲୋପାଥି ଏବଂ ଜୀବନ ରକ୍ଷାକାରୀ ଔଷଧ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପରିବର୍ତ୍ତେ ଏକ କନସ୍ପିରେସି ଥିଓରୀର ସହାରା ନେଇ ନିଜକୁ ଠିକ୍ ବୋଲି ଦର୍ଶାଇବାରେ ବ୍ୟସ୍ତ ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନର କେନ୍ଦ୍ରୀୟ କାର୍ଯ୍ୟ ସମିତିର ସଦସ୍ୟ ଡକ୍ଟର ଡି.ଓ ଚୌଧରୀ କହିଛନ୍ତି, ” ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଯେ ବାବାଙ୍କ ସହଯୋଗୀ ମାନେ ଏଭଳି ବିବୃତ୍ତି ଦେଉଛନ୍ତି। ଏଭଳି ପରିସ୍ଥିତିରେ ଏମିତି କିଛି ବୟାନ ଦେବା ଉଚିତ୍ ନୁହେଁ ଯାହା ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ବିଭାଜନ ସୃଷ୍ଟି କରିବ।”

ତେବେ ଟୁଇଟରରେ କିଛି ଲୋକ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ତାଙ୍କ ଟ୍ବିଟ୍ କୁ କଡା ସମାଲୋଚନା କରିଥିଲେ। ବାଲକୃଷ୍ଣଙ୍କ ଟ୍ୱିଟ୍ କୁ ନେଇ ପତଞ୍ଜଳି ଯୋଗପୀଠର ମୁଖପାତ୍ର ଏସ.କେ ତିଜାରାୱାଲା କହିଛନ୍ତି ଯେ ଏଭଳି ଅଭିଯୋଗ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ଏବଂ ସେହି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରାଯିବା ଆବଶ୍ୟକ। ” ସୂଚନାଯୋଗ୍ୟ ଯେ, ବାବା ରାମଦେବଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଚଲାଇବା ପାଇଁ ଇଣ୍ଡିଏନ ମେଡିକାଲ ଏସୋସିଏସନ ବା ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି । ରାମଦେବ ବାବା କହିଥିଲେ ଯେ ଅନେକ ଡାକ୍ତର ଦେଶରେ ଭ୍ୟାକ୍ସିନ ନେବା ପରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଓ ସେ ଏଲୋପାଥି ଚିକିତ୍ସା ପ୍ରଶ୍ନବାଚୀ ଉପରେ ସୃଷ୍ଟି କରିଥିଲେ । ଇଣ୍ଡିଆନ ମେଡିକାଲ ଏସୋସିଏସନ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଯିବା ସହ ୧୫ ଦିନ ମଧ୍ୟରେ କ୍ଷମା ମାଗନ୍ତୁ ବାବା ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ଏହା ସହ ୧୦୦୦ କୋଟିିର କ୍ଷତିପୂରଣ ମଧ୍ୟ ପତଞ୍ଜଳୀ କମ୍ପାନୀ ତରଫରୁ ଦିଆଯାଉ ବୋଲି ଏସୋସିଏସନ ତରଫରୁ କୁହାଯାଇଛି ।

Related Posts