ଆମେ ଭୋଟ ବ୍ୟାଙ୍କ ରାଜନୀତି ନୁହେଁ ବରଂ ନୂଆ ଭାରତ ଗଢ଼ିବାକୁ ଆସିଛୁ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିମଲାରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ମୋଦି ଏକ ବିଶାଳ ରୋଡ ଶୋ’ କରି ରିଜରେ ଆୟୋଜିତ ଏକ ବିଶାଳ ସମାନେଶକୁ ସମ୍ବୋଧିକ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ୧୧ ତମ କିସ୍ତି ଟଙ୍କା ୧୦ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ କିଷ।।ନ ନିଧି ଯୋଜନାର ଟଙ୍କା ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି ।

ସେମାନେ ମଧ୍ୟ ଏହି ଟଙ୍କା ପାଇଛନ୍ତି ଏବଂ ଆଜି ମୁଁ ଶିମଲା ମାଟିରୁ ଦେଶର ୧୦ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାରେ ସୌଭାଗ୍ୟ ପାଇଛି । କେବଳ ଏତିକି ନୁହେଁ ବରଂ ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ଭୋଟ ବ୍ୟାଙ୍କ ରାଜନୀତି ଚାଲିଛି । ହେଲେ ଆମେ ନିଜର ଭୋଟ ବ୍ୟାଙ୍କ ଗଠନ ପାଇଁ ନୁହେଁ ବରଂ ଏକ ନୂତନ ଭାରତ ଗଠନ ପାଇଁ କାର୍ଯ୍ୟ କରୁଛୁ । ମୋର ସଂକଳ୍ପ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧତା, ସୁଖ ଏବଂ ଶାନ୍ତି ପାଇଁ ଯାହା ଆବଶ୍ୟକ ତାହା କରିବି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts