ବିଜେଡିର ନିମ୍ନସ୍ତରର ରାଜନୀତି ପାଇଁ ଆମେ ବିଫଳ: ବିଶେଶ୍ୱର ଟୁଡ଼ୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକି୍ରିୟା ଚାଲିଛି । ତେବେ ଏଥର ବିଜେଡି ବିରୋଧୀଙ୍କ ମାତ ଦେଇ ଆଗକୁ ବଢ଼ିଚାଲିଛି । ଏପରିକି ଅନେକ ସ୍ଥାନମାନଙ୍କରେ ଏକତରଫା ଜିତିବାରେ ଲାଗିଛି । ରାଜ୍ୟରେ ବିରୋଧୀଙ୍କର ଏପରି ପ୍ରଦର୍ଶନ ପାଇଁ ସବୁଠାରେ ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବୁଥ ରିଗିଂ ଭଳି ଘଟଣାକୁ ମଧ୍ୟ ଏଡାଇ ଦେଇହେବନି । ପ୍ରିଜାଇଡିଂ ଅଫିସର ସଠିକ ହିସାବ ନଦେବା ଖବର ମଧ୍ୟ ଅଛି । ‘ଡାଲ ମେଁ କୁଛ କାଲା’ ଭଳି କଥା ରହିଛି । ଏସଏଚଜି ଗ୍ରୁପ ଜରିଆରେ ଟଙ୍କା ଦେବା ଏକ କାରଣ ହୋଇପାରେ । ସେ ଆହୁରି ମଧ୍ୟ କହିଛନ୍ତି କି ମତେ ନେଇ ବିବାଦ ହେବା ସାଧାରଣ କଥା ।

ଓଡିଶାରେ କେହି କିଛି କହୁନଥିଲେ ମୁଁ ମୁହଁ ଖୋଲି କହିଲି । ୨୨ ବର୍ଷ ଧରି ରାଜ୍ୟରେ ଲୁଟ ଚାଲିଛି । କଳାବଜାର କରି ନିର୍ବାଚନ ଜିତିବାକୁ ଚାହିଁନାହୁଁ । ନିର୍ବାଚନ ପୂର୍ବଦିନ ଟଙ୍କା ବଣ୍ଟା ଯିବା କଣ ବୁଝାଉଛି? ବିଜେଡିର ଏଭଳି ନିମ୍ନସ୍ତରର ରାଜନୀତି ପାଇଁ ଆମେ ବିଫଳ । ଟଙ୍କା ବାଣ୍ଟିଲା ବେଳେ ପୋଲିସକୁ ଡାକିଲେ ବି ଶୁଣିଲାନି । ଏଥର ପଞ୍ଚାୟତ ଭୋଟରେ ବିଜେଡି ଭଲ ପ୍ରଦର୍ଶନ କରିଛି । ହେଲେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ କର୍ମୀଙ୍କୁ ନିରାଶ କରିଛି । ଟ୍ରେଣ୍ଡିଂ ଅନୁସାରେ ବିଜେପି ଏଥର କଂଗ୍ରେସ ସହ ସମାନ ସ୍ଥିତିରେ ଚାଲିଛି । ହେଲେ ବିଜେଡି ଏହି ଦୁଇ ଦଳଙ୍କୁ ପଛରେ ପକାଇ ବହୁ ଆଗରେ ରହିଛି ।

Related Posts