ଯେପର୍ଯ୍ୟନ୍ତ ଆମେ ଚୀନ୍ ଉପରେ ନିର୍ଭର କରୁଥିବା ସେ ପର୍ଯ୍ୟନ୍ତ ଆମକୁ ମୁଣ୍ଡ ନୁଆଁଇବାକୁ ପଡୁଥିବ : ମୋହନ ଭାଗବତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଭାରତ ଚୀନ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଭାଗବତ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଭାରତ ଚୀନ୍ ଉପରେ ନିର୍ଭରଶୀଳ ରହିଥିବ , ସେପର୍ଯ୍ୟନ୍ତ ଆମକୁ ଚୀନ୍ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିବ।  ମୋହନ ଭାଗବତ କହିଛନ୍ତି ଯେ ଆଜିର ଯୁଗରେ ଆମେ ଇଣ୍ଟରନେଟ୍ ଏବଂ ଟେକ୍ନୋଲୋଜି ବ୍ୟବହାର କରୁ କିନ୍ତୁ ଏହା ମୂଳତଃ ଭାରତରୁ ନୁହେଁ।  

ଆମେ ଚୀନ୍ ବିଷୟରେ ବହୁତ ଆଲୋଚନା କରି ଥାଉ କିନ୍ତୁ ଆପଣଙ୍କ ଫୋନରେ ପ୍ରାୟ ସବୁ ଜିନିଷ ଚାଇନାରୁ ଆସିଥାଏ, ଯେପର୍ଯ୍ୟନ୍ତ ଆମେ ଚୀନ୍ ଉପରେ ନିର୍ଭର କରୁଥିବା ସେତେ ଦିନ ପର୍ଯ୍ୟନ୍ତ ଆମକୁ ଚାଇନା ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଥିବ । ସଂଘ ପ୍ରମୁଖ ଭାଗବତ ମୁମ୍ବାଇର ଆଇଏସ୍ ରାଜ ବିଦ୍ୟାଳୟରେ ପତାକା ଉତ୍ତୋଳନ କରିବା ଅବସରରେ ଲୋକଙ୍କୁ ସମ୍ବୋଧିତ କରି ଏହି ବୟାନ ଦେଇଥିଲେ।

ମୋହନ ଭଗବତ କହିଛନ୍ତି ଯେ ଯେତେବେଳେ ସିକନ୍ଦର ଭାରତ ଉପରେ ଆକ୍ରମଣ କରିଥିଲେ, ତା ପୂର୍ବରୁ ମଧ୍ୟ ଦେଶକୁ ଆକ୍ରମଣକାରୀ ମାନେ ଆସିଥିଲେ ​​କିନ୍ତୁ ଶେଷରେ ୧୫ ଅଗଷ୍ଟରେ ଆମେ ସମସ୍ତଙ୍କୁ ପରାସ୍ତ କରି ସ୍ବାଧୀନତା ପ୍ରାପ୍ତି କରିଥିଲେ। 

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚୀନ୍‌ର ବିସ୍ତାରବାଦୀ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଥିଲେ ଯେ ଭାରତର ବିକାଶରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ, ଆତଙ୍କବାଦ ତଥା ବିସ୍ତାରବାଦୀ ଆହ୍ବାନର ମୁକାବିଲା ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆମେ ଉଭୟଙ୍କ ଉପରେ କ୍ରମାଗତ ଭାବରେ ନଜର ରଖିଛୁ। ଲାଲ୍ କିଲ୍ଲାରୁ ଦେଶ ବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଭାରତର ସ୍ୱପ୍ନକୁ ସାକାର କରିବାରେ କେହି ଅଟକାଇ ପାରିବେ ନାହିଁ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ଏବଂ ପାକିସ୍ତାନର ନାଁ ନନେଇଥିଲେ ମଧ୍ୟ , ସେ କହିଛନ୍ତି ଯେ ଆଜି ବିଶ୍ୱ ଭାରତକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖୁଛି, ଏହାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆତଙ୍କବାଦ ଏବଂ ବିସ୍ତାରବାଦ, ଭାରତ ଉଭୟ ଚ୍ୟାଲେଞ୍ଜର ମୁକାବିଲା କରୁଛି ଏବଂ ସାହସର ସହ ଜବାବ ଦେଉଛି।  ଭାରତ ନିଜେ ନିଜର ଯୁଦ୍ଧ ବିମାନ, ବୁଡ଼ାଜାହାଜ, ସ୍ୱଦେଶୀ ଉତ୍ପାଦ ତିଆରି କରୁଛି ଏବଂ ଏହାର ସାମର୍ଥ୍ୟ ବଢାଉଛି।

Related Posts