“ସାପର ଫଣାକୁ ଦାବି ଦେବାର କୌଶଳ ଜାଣିଥିବା ଦରକାର, ସାପ ଭୟରେ ଜଙ୍ଗଲ ଛାଡିହେବ ନାହିଁ” : ସଞ୍ଜୟ ରାଉତ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ଜାରି ରାଜନୈତିକ ହଲଚଲ ମଧ୍ୟରେ ସଂଜୟ ରାଉତ୍‌ ଙ୍କ ଏକ ଟୁଇଟ ସାମ୍ନାକୁ ଆସିଛି। ତାଙ୍କ ଟ୍ୱିଟ୍‌ରେ ସଞ୍ଜୟ ଲେଖିଛନ୍ତି ଯେ, “ସାପର ଫଣାକୁ ଦାବି ଦେବାର କୌଶଳ ବି ଜାଣିଥିବା ଦରକାର । ସାପ ଭୟରେ ତ ଜଙ୍ଗଲ ଛାଡିହେବ ନାହିଁ, ଜୟ ମହାରାଷ୍ଟ୍ର” । ତେବେ ସଂଜୟ ରାଓ୍ୱତ ଏହି ଟୁଇଟ କାହାକୁ ଟାର୍ଗେଟୀ କରି ଲେଖିଛନ୍ତି ତାହା କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ କୁହାଯାଉଛି କି ବିଜେପି ଏବଂ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି ସଂଜୟ ଏପରି ଟ୍ୱିଟ୍‌ କରିଛନ୍ତି ।

ମହାରାଷ୍ଟ୍ରରେ ଶିବସେନାର ବିଧାୟକ ଦଳ ବିଭାଜନ ପରେ ଏବେ ସଂସଦୀୟ ଦଳ ଦୁଇ ଭାଗ ହେବାର ସମ୍ଭାବନା ରହିଛି । ଗୋଟିଏ ପଟେ ଉଦ୍ଧବ ଠାକରେ ଦଳକୁ ନିଜ ପକ୍ଷରେ ରଖିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ନିଜ ପକ୍ଷରେ ନେବାକୁ ଚେଷ୍ଟା ଜାରି ରଖିଛନ୍ତି ।ଏସବୁ ଭିତରେ ରାଜ୍ୟସଭା ସାଂସଦ ସଂଜୟ ରାଓ୍ୱତଙ୍କ ଏହି ଟ୍ୱିଟ୍‌ ସାମ୍ନାକୁ ଆସିଛି ।

ସେପଟେ ଆସନ୍ତାକାଲି ମହାରାଷ୍ଟ୍ରରେ ରାଜନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଦାବିରେ ଶୁଣାଣି କରିବେ ମାନ୍ୟବର ହାଇକୋର୍ଟ । ଏହାପୂର୍ବରୁ ଏକନାଥ ସିନ୍ଦେ କହିଛନ୍ତି ଯେ, ମୋ ନ୍ୟାୟିକ ବ୍ୟବସ୍ଥା ଉପରେ ପୁରା ଭରସା ବିଶ୍ୱାସ ଅଛି ମାନନୀୟ ନ୍ୟାୟାଳୟ ଆମ ସପକ୍ଷରେ ରାୟ ଶୁଣାଇବେ।

Related Posts