ଆମେ ଦୃଢତାର ସହ ଶ୍ରୀଲଙ୍କା ସାଙ୍ଗରେ ଛିଡ଼ାହୋଇଛୁ : ସୋନିଆ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଶ୍ରୀଲଙ୍କା ରେ ଜାରିରହିଥିବା ଅର୍ଥନୈତିକ ସଙ୍କଟ ଓ ଦେଶବାସୀଙ୍କ ବିରୋଧ ମଧ୍ୟରେ କଂଗ୍ରେସ ର ଅନ୍ତରୀଣ ଅଧକ୍ଷ୍ୟା ସୋନିଆ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ପ୍ରେସ ରିଲିଜ୍ ମାଧ୍ୟମ ରେ ସୋନିଆ ନିଜ ବିବୃତି ଦେଇ କହିଛନ୍ତି ଅର୍ଥନୈତିକ ଆହ୍ବାନ, ଦରବୃଦ୍ଧି ଏବଂ ଖାଦ୍ୟ ଓ ଇନ୍ଧନ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଭାବ ଶ୍ରୀଲଙ୍କା ର ଲୋକଙ୍କୁ ବହୁତ୍ କଷ୍ଟ ଦେଇଛି। ଏହି ସମୟ ରେ କଂଗ୍ରେସ ଶ୍ରୀଲଙ୍କା ବାସୀ ଙ୍କ ସହ ଦୃଢତାର ସହ ଛିଡା ହୋଇଛି। ମୁଁ ଆଶା କରୁଛି ଶ୍ରୀଲଙ୍କା ର ଲୋକମାନେ ଏହି ସମସ୍ୟା ରୁ ଖୁବ୍ ଶୀଘ୍ର ବାହାରି ଆସିବେ। ସେ ଶ୍ରୀଲଙ୍କା କୁ ସାହାଯ୍ୟ କରିବାକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ କୁ ଆହ୍ବାନ କରିଛନ୍ତି। ସେ ଆହୁରି କହିଛନ୍ତି “ମୁଁ ଆଶା କରୁଛି ଭାରତ ସରକାର ଏହି ବିପରୀତ ପରିସ୍ଥିତି ରେ ଶ୍ରୀଲଙ୍କା ସହ ଦୃଢ଼ତା ର ସହ ଛିଡା ହେବେ”।

ସୂଚନା ଅନୁସାରେ ଶ୍ରୀଲଙ୍କା ରେ ଜାରି ଅର୍ଥନୈତିକ ସଙ୍କଟ ଭିତରେ ଶ୍ରୀଲଙ୍କା ସରକାର ଜୋରଦାର ବିରୋଧ ର ସମ୍ମୁଖୀନ ହେଉଛନ୍ତି ଏହି ବିରୋଧ ଭିତରେ ଆନ୍ଦୋଳନକାରୀ ମାନେ ଗତକାଲି ରାଷ୍ଟ୍ରପତି ଙ୍କ ବାସଭବନ ରେ ପ୍ରବେଶ ଉଦ୍ୟମ କରିଥିଲେ । ଏହା ପରେ ରାଷ୍ଟ୍ରପତି ସେଠାରୁ ପଳାୟନ କରିଥିଲେ। ଶ୍ରୀଲଙ୍କା ର ପ୍ରଧାନମନ୍ତ୍ରୀ ମଧ୍ୟ ବିରୋଧ ମଧ୍ୟରେ ଗତକାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି।ସୂଚନା ଅନୁସାରେ

Related Posts