ଆମେ ଅଛେ ଦିନ୍ ଆଣିବାକୁ ଚେଷ୍ଟା କରିବୁ : ଏକନାଥ ସିନ୍ଦେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ଏକନାଥ ସିନ୍ଦେ କହିଛନ୍ତି ” ଆମେ ରାଜ୍ୟବାସୀ ଙ୍କ ପାଇଁ ଅଛେ ଦିନ ଆଣିବାକୁ ଚେଷ୍ଟା କରିବୁ” । ସେ ଆହୁରି ମଧ୍ୟ କହିଛନ୍ତି ” ମୁଁ ମୋର ମୁଖ୍ୟମନ୍ତ୍ରୀ ପଦ କୁ ରାଜ୍ୟବାସୀ ଙ୍କୁ ନ୍ୟାୟ ଦେବାପାଇଁ ବ୍ୟବହାର କରିବି। ଏବଂ ସାଧାରଣ ଜନତା ଙ୍କ ଜୀବନ ରେ ଅଛେ ଦିନ ଆଣିବାକୁ ଚେଷ୍ଟା କରିବି। ଆମେ ବାଲା ସାହେବ୍ ଠାକରେ ଙ୍କ ହିନ୍ଦୁତ୍ବ କୁ ଆଗକୁ ବଢ଼ାଇବୁ।” ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ ଆମ ପାଖରେ ଏକ ଶକ୍ତିଶାଳୀ ସରକାର ଅଛି ୧୬୪ ବିଧାୟକ ଆମ ସହ ଅଛନ୍ତି। ବିରୋଧୀ ଦଳ ଙ୍କ ପାଖରେ ୯୯ ବିଧାୟକ ରହିଛନ୍ତି। ଆମେ ଆମ କାର୍ଯ୍ୟକାଳ ପୂର୍ଣ୍ଣ କରିବୁ ଓ ଆଗାମୀ ନିର୍ବାଚନ ରେ ମଧ୍ୟ ଜିତିବୁ ।

ତେବେ ସୂଚନା ଅନୁସାରେ ନୂତନ ସରକାର ଗଠନ ହେବା ପରେ ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ଗସ୍ତ ରେ ଯାଇ ପ୍ରଧାନମନ୍ତ୍ରୀ, ବିଜେପି ସଭାପତି ଜେପି ନଡ୍ଡା ଙ୍କ ସମେତ ବହୁ ନେତା ଙ୍କୁ ସାକ୍ଷାତ କରି ଫେରିଛନ୍ତି। ଏହି ଦୁଇ ନେତା ଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଚାଲିଛି।

Related Posts