୨୦୧୯ ଅପେକ୍ଷା ଅଧିକ ଭୋଟ ବ୍ୟବଧାନରେ ଧାମନଗର ଉପନିର୍ବାଚନ ଜିତିବୁ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ବିଜେପି ପୁର୍ନବାର ବାଜିମାତ କରିବ । ୨୦୧୯ ନିର୍ବାଚନରେ ଯେଉଁ ବ୍ୟବଧାନରେ ବିଜେପି ବିଜୟୀ ହୋଇଥିଲା, ତାଠୁ ଅଧିକ ବ୍ୟବଧାନରେ କିଭଳି ଦଳ ଜିତିବ ସେ ଯୋଜନାରେ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଧାମନଗର ଉପନିର୍ବାଚନକୁ ନେଇ ବିରୋଧୀ ଦଳଗୁଡିକ ଭିତରେ ଛକାପଞ୍ଝା ଚାଲିଛି । ପ୍ରାର୍ଥୀ ପାଇଁ ସବୁ ଦଳର କନ୍ଦଳ ଲାଗି ରହିଛି। ଏପରି ସମୟରେ ବଜେପି ପ୍ରାର୍ଥୀ ପ୍ରତି ଲୋକଙ୍କର ସମର୍ଥନ ରହିଛି ।

ବାଲେଶ୍ୱରରେ ଉପନିର୍ବାଚନରେ ବିଜେଡି ଜିତିବାକୁ ଭୋଟ ଚୋରି କରିଥିଲା । ଧାମନଗର ତାହା ପୁନରାବୃତ୍ତି ହେବ ନାହିଁ ବୋଲି ଭୃଗୁ କହିଛନ୍ତି । ବିଷ୍ଣୁ ସେଠି ଥିବା ବେଳେ ମଧ୍ୟ ସମସ୍ତ ରାଜନୈତିକ ଦାୟିତ୍ୱ ସୁରଜ ସୂର୍ଯ୍ୟବଂଶୀ ନେଉଥିଲେ । ଯେଉଁ ସବୁ କାମ ଅଧାପନ୍ତରିଆ ରହିଛି ତାକୁ ପୁରା କରିବାକୁ ଲୋକମାନେ ଆମ ଉପରେ ଆସ୍ଥା ରଖିଛନ୍ତି ।

ସୁରଜ ନିର୍ବାଚନ ଲଢ଼ୁଥିବାରୁ ବିଷ୍ଣୁ ସେଠୀଙ୍କୁ ଭଲ ପାଉଥିବା, ବିଜେପି ପ୍ରତି ଆସ୍ଥା ରଖିଥିବା ତଥା ବିଶେଷ କରି ଯୁବ ସମାଜ ସୁରଜର ସହଯୋଗ କରିବା ଭଳି ବାତାବରଣ ଧାମନଗର ନିର୍ବାଚନ ମଣ୍ଡଳୀର ଦେଖିବାକୁ ମିଳିଛି ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି।

Related Posts